ମେ ମାସରୁ ସେପ୍ଟେମ୍ବର ମାସ ସର୍ପାଘାତ ଭୟ: ୫ ମାସରେ ୧୬୯ ଚିକିତ୍ସିତ

ଆସିକା (ୱାଇଏନ୍‍ଏସ୍‍): ମେ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବହୁ ସାଧାରଣ ଜନତାଙ୍କୁ ଘାରୁଛି ସର୍ପାଘାତ ଭୟ । ବର୍ଷା ଆରମ୍ଭରୁ ସର୍ପାଘାତ ଜନିତ ଭୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ଷା କାରଣରୁ ସାପଗାତରେ ଅଧିକାଂଶ ସମୟରେ ପାଣି ପଶିଯାଇଥାଏ । ଯାହାରି ଫଳରେ ସାପମାନେ ଗାତରୁ ବାହାରି ଚାରିଆଡେ ଅବାଧରେ ଚଳପ୍ରଚଳ କରିଥାନ୍ତି । ଆଶ୍ରୟ ଓ ଖାଦ୍ୟ ଅନ୍ୱେଷଣରେ କେତେକ ସମୟରେ ବହୁ ସର୍ପ ଜନବସତି ମୁହାଁ ହୋଇ ସୁବିଧା ସୁଯୋଗ ଦେଖି କେତେକ ଲୋକଙ୍କ ବାସଗୃହକୁ ମଧ୍ୟ ବିଭିନ୍ନ ସମୟରେ ପଶିଯାଇଥାନ୍ତି । ଗତ ଜାନୁୟାରୀ ମାସରୁ ମେ ମାସ ୨୫ ତାରିଖ ମଧ୍ୟରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ସର୍ପଦଂଶନରେ ୧୬୯ ଜଣ ଆହତ ହୋଇ ଚିକିତ୍ସିତ ଲାଗି ଭର୍ତ୍ତି ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର କେତେକ ଅଞ୍ଚଳରେ ସାପ କାମୁଡାରେ ଅନେକ ଲୋକଙ୍କ ଜୀବନ ଅକାଳରେ ଚାଲିଯାଉଥିବା ମଧ୍ୟ ଆଲୋଚିତ ହେଉଛି । ଏହାର ମୁଖ୍ୟ କାରଣ ହେଲା ସାପ କାମୁଡିବା ମାତ୍ରେ ଅଧିକାଂଶ ଗାଁଗହଳିର ଲୋକେ ସଚେତନତା ଅଭାବରୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପ୍ରଥମେ ଝାଡଫୁଙ୍କର ଆଶ୍ରୟ ନେଇଥାନ୍ତି । ଏହି ଝାଡଫୁଙ୍କରେ ଅନେକ ସମୟ ଅପଚୟ ହୋଇଥାଏ । ଯାହାରି ଫଳରେ ସର୍ପାଘାତରେ ଆକ୍ରନ୍ତ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଇଥାଏ ଓ ଶେଷ ମୂହୂର୍ତ୍ତରେ ସାପକାମୁଡା ରୋଗୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କଲା ବେଳକୁ ରୋଗୀଙ୍କ ଜୀବନ ବଞ୍ଚାଇବା କଷ୍ଟକର ବ୍ୟାପାର ହୋଇପଡିଥାଏ । ଯଦି ସମୟ ନଷ୍ଟ ନକରି ଅନ୍ଧବିଶ୍ୱାସର ବଶବର୍ତ୍ତୀ ନହୋଇ ସାପ କାମୁଡିବା ଓ ଦଂଶନ କରିବା ମାତ୍ରେ ରୋଗୀଙ୍କୁ ଯଦି ଡାକ୍ତରଖାନାରେ ଭର୍ତ୍ତି କରାଯାଏ ତେବେ ଗୁରୁତର ରୋଗୀଙ୍କ ଜୀବନ ବଂଚିଯିବାର ବିଶେଷ ସମ୍ଭାବନା ଥାଏ ବୋଲି ଜଣାପଡିଛି । ଏଣୁ କାହାକୁ ସାପ କାମୁଡିଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯିବା ନିତାନ୍ତ ଆବଶ୍ୟକ ବୋଲି ଆସିକା ହାଟପଦା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଛନ୍ତି । ସଚେତନତା ହିଁ ସର୍ବୋତ୍ôକୃଷ୍ଟ ମହୌଷଧି । ଯେଉଁ ପର୍ଯ୍ୟନ୍ତ ସାପ କାମୁଡିବା ପରେ ଆକ୍ରାନ୍ତଙ୍କୁ ମେଡିକାଲ ଆଣି ଚିକିତ୍ସା ଲାଗି ଭର୍ତ୍ତି କରିବା ସକାଶେ ସଚେତନ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ରୋଗୀଙ୍କ ଜୀବନ ବଂଚାଇବା ଅତ୍ୟନ୍ତ କଷ୍ଟକର ବୋଲି ଆଲୋଚିତ ହେଉଛି । ବିଶେଷକରି ମେ ମାସରୁ ସେପ୍ଟେମ୍ବର ମାସ ଯାଏ ସାପ କାମୁଡା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ସାପ କାମୁଡା ରୋଗୀଙ୍କ ଉନ୍ନତମାନର ତ୍ୱରିତ୍‍ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଆଣ୍ଟି ସ୍ନେକ୍‍ ଭେନନ୍‍ ଟୀକା ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ଜଣାପଡିଛି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ସାପ କାମୁଡା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସାସେବା ଯୋଗାଇ ଦିଆଯାଉଥିବାରୁ ସାପ କାମୁଡାରେ ମୃତ୍ୟୁହାର ଅତି ନଗଣ୍ୟ ବୋଲି ମତ ପ୍ରକାଶ ପାଉଛି । ଗଂଜାମ ଜିଲ୍ଲାର କେତେକ ଅଂଚଳରେ ସାପ କାମୁଡାରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ସର୍ପାଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବାକୁ ଆସୁଥିବା ରୋଗୀ ଏଠାରେ ପ୍ରାୟତଃ ସୁସ୍ଥ ହୋଇ ଫେରୁଥିବା ଜଣାପଡିିଛି । ସାପ କାମୁଡିବା ପରେ ସତର୍କ ରହିବା ସହ ତୁରନ୍ତ ହସପିଟାଲକୁ ଆସିବା ଦରକାର ବୋଲି ମତ ପ୍ରକାଶ ପାଉଛି । ଏହା ସହ ସାପ କାମୁଡିବା ପରେ ଅଧିକ ସଚେତନତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ସାପ କାମୁଡା ରୋଗୀଙ୍କୁ ମାନସିକ ସ୍ତରରେ ସୁଦୃଢ ରହିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଥିଲା ବେଳେ ଯଦି କୌଣସି ବ୍ୟକ୍ତିଙ୍କୁ ସାପ କାମୁଡିଲା ବୋଲି ଜଣାପଡେ ତେବେ ସେ ଅନ୍ଧବିଶ୍ୱାସ, ଝାଡଫୁଙ୍କ କିମ୍ବା ଗୁଣିଗାରେଡିକୁ ଭରସା ନକରି ଯଥାଶୀଘ୍ର ସାପ କାମୁଡିବା ମାତ୍ରେ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇବା ଦରକାର ବୋଲି ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ ଦେଉଥିବା ଦେଖିବାକୁ ମିଳୁଛି । ମେ ମାସରେ ବିଭିନ୍ନ ସମୟରେ କାଳବୈଶାଖୀ ବର୍ଷା ସାଙ୍ଗକୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବର୍ଷା ଲାଗିରହୁଥିବାରୁ ସାପଗାତ ଗୁଡିକରେ ପାଣି ପଶିଯାଇଥାଏ । ତେଣୁ ସାପମାନେ ଗାତରୁ ବାହାରି ଜନବସତି ମୁହାଁ ହୋଇଥାନ୍ତି । ବିଷଧର ସାପ କାମୁଡିବାର ପ୍ରଥମ ୨ ଘଣ୍ଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସାଧାରଣ ଜନତା ଝାଡଫୁଙ୍କା ପାଇଁ ସମୟର ଅପଚୟ ନକରି ଯଥାଶୀଘ୍ର ମେଡିକାଲରେ ସର୍ପାଘାତ ରୋଗୀଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କଲେ ଜୀବନ ବଞ୍ଚିଯିବାର ବିଶେଷ ସମ୍ଭାବନା ରହିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ