ଶୀତଳଷଷ୍ଠୀ ଯାତ୍ରା ପାଇଁ ଶ୍ରୀ ଶ୍ରୀ ପୁଡୁଗେଶ୍ୱର ଶୈବପୀଠରେ ଶୁଭମହୁରତ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) : ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆସିକା ନିକଟସ୍ଥ ପୁଡୁଗେଶ୍ୱରପଲ୍ଲୀ ଗ୍ରାମର ଶ୍ରୀ ଶ୍ରୀ ପୁୁଡୁଗେଶ୍ୱର ନାଟ୍ୟକଳା ସଂସଦର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସନ୍ତା ଜୁନ୍ ମାସ ୨୪ ତାରିଖରେ ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦେଶକ ସନ୍ତୋଷ ସାହୁ ଓ ନାଟ୍ୟା ପୁସ୍ତକ ରଚନାକାର ସର୍ବେଶ୍ୱର ଦାଶଙ୍କ ସଂଯୋଜନାରେ ମଞ୍ଚସ୍ଥ ହେବାକୁ ଥିବା ମହାନ୍ ସାମାଜିକ ନାଟକ “ଆଖି ଲୁହକୁ ମୁଁ କରିଛି ସାଥୀ” ସକାଶେ ଉତ୍ସାହୀ ଯୁବପିଢୀ, କଳାକାର, ନାଟ୍ୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଶୁଭମହୁରତ କାର୍ଯ୍ୟକ୍ରମ ପ୍ରସିଦ୍ଧ ଶୈବପୀଠ ପୁଡୁଗେଶ୍ୱରଙ୍କ ମନ୍ଦିରରେ ବିଧିବିଧାନ ଅନୁଯାୟୀ ସଂପନ୍ନ ହୋଇଯାଇଛି । ଯାତ୍ରା ଜଗତର ସୁନାମଧନ୍ୟ ନିର୍ଦ୍ଦେଶକ ସନ୍ତୋଷ ସାହୁଙ୍କ ଉପସ୍ଥିତିରେ ଏହି ଶୁଭମହୁରତ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ବେଳେ ଏହି ଶୁଭ ମହୁରତ୍ ତଥା ନାଟକ ବହି ପୂଜା କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟି ସଭାପତି ସୂର୍ଯ୍ୟ ନାରାୟଣ ନାହାକ, ମନ୍ଦିର ପୂଜକ ଟିକିନା ଦାଶ, ନାଟକ ପରିଚାଳକ ଆଶିଷ୍ ନାହାକ ଓ ପଞ୍ଚାନନ ମହାନ୍ତି, ଉତ୍ସାହୀ ଯୁବପିଢୀ ଆଦିତ୍ୟ ନାହାକ, ବାସୁଦେବ ନାହାକ, ଶମ୍ଭୁ ନାହାକ, ବୁଢା ମହାନ୍ତି, ଅଜୁ ମହାନ୍ତି, ହୀନ ପଣ୍ଡା, ଅଶୋକ ନାହାକ, କିଶନ୍ ବିଷୋୟୀ, ଆକାଶ ନାହାକ, ସଂଗ୍ରାମ ମହାନ୍ତି, ଚନ୍ଦନ ସ୍ୱାଇଁ, ସୋନୁ ରାଉତ, ନୀଳମାଧବ ଜେନା, ଅତୁଳ ମହାନ୍ତି, ସନ୍ୟାସୀ ମହାନ୍ତିଙ୍କ ସମେତ ବହୁ ଗ୍ରାମବାସୀ, କଳାକାର ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ନିକଟସ୍ଥ ଶ୍ରୀ ଶ୍ରୀ ପୁଡୁଗେଶ୍ୱର ନାଟ୍ୟକଳା ସଂସଦର କଳାକାରମାନଙ୍କ ପକ୍ଷରୁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏହି ସାମାଜିକ ନାଟକ “ଆଖି ଲୁହକୁ ମୁଁ କରିଛି ସାଥୀ” ଯେପରି ଅଧିକ ସଫଳତା ପାଇ ଲୋକାଭିମୁଖୀ ହୋଇପାରିବ ଓ କଳାକାରମାନେ ନିଖୁଣ ଅଭିନୟ କରିପାରିବେ ସେଥିପାଇଁ ଦେବ ଦେବ ମହାଦେବ ବାବା ପୁଡୁଗେଶ୍ୱରଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରାଯାଇଥିବା ଦେଖିବାକୁ ମିଳିଥିଲା । ଶ୍ରୀ ଶ୍ରୀ ପୁଡୁଗେଶ୍ୱର ନାଟ୍ୟକଳା ସଂସଦର ଆଗ୍ରହୀ କଳାକାର ମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଅଞ୍ଚଳବାସୀଙ୍କ ସହଯୋଗରେ ଆସନ୍ତା ଜୁନ୍ ମାସ ୨୪ ତାରିଖରେ ଶୀତଳଷଷ୍ଠୀ ଯାତ୍ରା ଅବସରରେ ପରିବେଶିତ ହେବାକୁ ଥିବା ମହାନ ସାମାଜିକ ନାଟକ “ଆଖି ଲୁହକୁ ମୁଁ କରିିଛି ସାଥୀ” ସକାଶେ ଅଭ୍ୟାସ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।


