ଓସିଏସ୍ ପରୀକ୍ଷା: ମେଧାବୀ ଛାତ୍ରୀ ସ୍ନିଗ୍ଧା ସେନାପତିଙ୍କ ସଫଳତା
ଆସିକା (ୱାଇଏନ୍ଏସ୍) : ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ୨୦୨୪ ବର୍ଷର ଓଡିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଏହି ପରୀକ୍ଷାରେ ଆସିକା ପୌର ପରିଷଦ ଅଧୀନସ୍ଥ ୫ ନମ୍ବର ୱାର୍ଡ ଅନ୍ତର୍ଗତ ହାଟପଦା ଅଞ୍ଚଳର ସୁନାଝିଅ ମେଧାବୀ ଛାତ୍ରୀ ସ୍ନିଗ୍ଧା ସେନାପତି ସାରା ରାଜ୍ୟରେ ୬୩ତମ ର୍ୟାଙ୍କରେ ରହିଛନ୍ତି। ସେ ନିଜର ତୃତୀୟ ପ୍ରୟାସରେ ଏହି ସଫଳତା ପାଇଥିବା ଜଣାପଡିଛି। ଆସିକା ସହରର ହାଟପଦା ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା ନଗର ବିଜେଡି ସଭାପତି ଏମ୍.ତାରିଣୀ ସେନାପତି ଏବଂ ପୂର୍ବତନ କାଉନସିଲର ରଶ୍ମିତା ସେନାପତିଙ୍କ ସୁକନ୍ୟା ସ୍ନିଗ୍ଧା ସେନାପତି ପିଲାଟି ଦିନରୁ ସ୍ଥାନୀୟ ଅଞ୍ଚଳରେ ଜଣେ ମେଧାବୀ ଛାତ୍ରୀ ରୂପେ ପରିଚିତ ଥିବା ବେଳେ ଆସିକା ଅଞ୍ଚଳର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅତୀତରେ ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱର ସହ କୃତକାର୍ଯ୍ୟ ହୋଇଥିଲେ। ମାଟ୍ରିକ ପାଠପଢା ସମାପ୍ତ ପରେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ହେବା ପାଇଁ ଲକ୍ଷ୍ୟ ରଖିଥିଲେ। ଓସିଏସ୍ ପରୀକ୍ଷାରେ ସଫଳତା ପାଇଥିବା ଆସିକା ମାଟିର ସୁନାଝିଅ ସ୍ନିଗ୍ଧା ସେନାପତି ନିଜର ଏହି ସଫଳତାର ଶ୍ରେୟ ପିତା ଏମ୍.ତାରିଣୀ ସେନାପତି ଓ ମାତା ରଶ୍ମିତା ସେନାପତିଙ୍କ ସମେତ ସମସ୍ତ ଗୁରୁଜନ, ପରିବାରବର୍ଗ ଓ ଶୁଭେଚ୍ଛୁଙ୍କୁ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ଲକ୍ଷ୍ୟ ରଖିବା ସହ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ତୃଣମୂଳ ସ୍ତରରେ ଶିକ୍ଷା ଓ ଜନସେବାକୁ ଗୁରୁତ୍ୱ ଦେବା ସାଙ୍ଗକୁ ଲୋକଙ୍କ ସମସ୍ୟାର ତ୍ୱରିତ୍ ସମାଧାନ କିପରି ହୋଇପାରିବ ତାହାକୁ ସର୍ବାଧିକ ପ୍ରାଥମିକତା ଦେବେ ବୋଲିି ଓସିଏସ୍ କୃତୀ ସ୍ନିଗ୍ଧା ସେନାପତି ସୂଚନା ଦେଇଛନ୍ତି। ଓସିଏସ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଆସିକା ସହରର ସୁନାଝିଅ ସ୍ନିଗ୍ଧା ସେନାପତିଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଥିଲା ବେଳେ ପରିବାର, ଗୁରୁଜନ ଓ ଶିକ୍ଷକ ମାନଙ୍କ ପ୍ରେରଣା ସାଙ୍ଗକୁ ନିଷ୍ଟା ଓ ଅଧ୍ୟବସାୟ ହିଁ ତାଙ୍କ ସଫଳତାର ଚାବିକାଠି ବୋଲି କହିଛନ୍ତି। ଓସିଏସ୍ ପରୀକ୍ଷାରେ ସଫଳତା ପାଇଥିବା ଆସିକା ପୌର ପରିଷଦ ଅନ୍ତର୍ଗତ ହାଟପଦା ଅଞ୍ଚଳର ମେଧାବୀ ଛାତ୍ରୀ ସ୍ନିଗ୍ଧା ସେନାପତିଙ୍କୁ ପୂର୍ବତନ ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ତଥା ଆଇନଜୀବୀ ନଚିକେତା ସ୍ୱାଇଁ, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମଲିକ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ, ଅନିଲ୍ କୁମାର ନାୟକ, ପ୍ରସନ୍ନ କୁମାର ତ୍ରିପାଠୀ, ସନ୍ତୋଷ କୁମାର ନାୟକ, ସନ୍ତୋଷ କୁମାର ପୋଲାଇ, ଜୟସେନ ସ୍ୱାଇଁ, କୈଳାଶ ଚନ୍ଦ୍ର ପ୍ରଧାନ, ଶିବ ପ୍ରସାଦ ଶତପଥୀ, ଜି.ସୂର୍ଯ୍ୟପ୍ରକାଶ ରାଓ, ବି.ମୋହନ ରାଓ ଦୋରା, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ରାଘବ କୁମାର ନାହାକ, ରବିନ୍ଦ୍ର ସାହୁ, ସାଇରାଜ ଦଳେଇ, କାହ୍ନୁଚରଣ ଦଳେଇ, ବିମଳ ପ୍ରଧାନ, ନରେନ୍ଦ୍ର ନାହାକ, ଶ୍ୱେତବସନ୍ତ ଲେଙ୍କା, ଅନନ୍ତ ଭଂଜ, ଆକାଶ ସ୍ୱାଇଁଙ୍କ ସମେତ ବହୁ ସଚେତନ ନାଗରିକ, ଶୁଭେଚ୍ଛୁ, ଗୁରୁଜନ ଅଭିନନ୍ଦନ ଓ ଶୁଭେଛା ଜଣାଇ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଛି। ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ସୁଶ୍ରୀ ସ୍ନିଗ୍ଧା ସେନାପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ବେଳେ ନିଜର କଠିନ ପରିଶ୍ରମ, ନିଷ୍ଠା ଓ ଦୃଢ ମନୋବଳ ତାଙ୍କୁ ଏହି ସଫଳତା ଦେଇଥିବା ଜଣାପଡିଛି । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଯେକୌଣସି ବିଭାଗର ଦାୟିତ୍ୱ ମିଳିଲେ ପ୍ରଶାସନିକ କ୍ଷେତ୍ରରେ ସେ ଲୋକଙ୍କୁ ସେବା ଯୋଗାଇବା ସହ ମହିଳା ସଶକ୍ତିକରଣ, କୃଷି ଓ କୃଷକ, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରାଧାନ୍ୟ ଦେବା ଦିଗରେ ନିଜର ପ୍ରୟାସ ସଦାସର୍ବଦା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ଆସିକା ପୌର ପରିଷଦ ଅଧିନସ୍ଥ ହାଟପଦା ଅଞ୍ଚଳର ମେଧାବୀ ଛାତ୍ରୀ ସୁଶ୍ରୀ ସ୍ନିଗ୍ଧା ସେନାପତି ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାଟ୍ରିକ୍ ପରୀକ୍ଷାରେ ଅତୀତରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ପରେ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିରରେ ଯୁକ୍ତ ଦୁଇ ପାଠ୍ୟକ୍ରମ ଓ ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ବି-ଟେକ୍ ଏବଂ ଏମ୍-ଟେକ୍ ପାଠ୍ୟକ୍ରମ ସମାପନ ପରେ ବର୍ତ୍ତମାନ୍ ଓସିଏସ୍ ପରୀକ୍ଷାରେ ସଫଳତା ପାଇଁ ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ଜଣାପଡିଛି ।


