ମ୍ୟାଙ୍କେଜୀ ବେଜୋସ୍ ବିଶ୍ୱର ତୃତୀୟ ଧନୀ ମହିଳା

ନୂଆଦିଲ୍ଲୀ, (ଏଜେନ୍ସି): ଆମାଜନ୍ ସିଇଓ ଜେଫ୍ ବେଜୋସ୍ଙ୍କ ଛାଡ଼ପତ୍ରର ପ୍ରକ୍ରିୟା ଇତି ମଧ୍ୟରେ ସମ୍ପୂର୍ଣ୍ଣ ହୋଇଯାଇଛି । ଏଥିସହିତ ମ୍ୟାଙ୍କେଜୀ (ବେଜୋସ୍ଙ୍କ ସ୍ତ୍ରୀ) ବିଶ୍ୱର ଚତୁର୍ଥ ସବୁଠାରୁ ଧନୀ ମହିଳାର ମାନ୍ୟତା ହାସଲ କରିଛନ୍ତି । ତାଙ୍କ ଭାଗରେ ଆମାଜନ୍ର ୪% ଶେୟାର ରହିଛି । ଏହି ଶେୟାର୍ସର ମୂଲ୍ୟ ୩୬.୫ଅରବ ଡଲାର (ପାଖାପାଖି ୨.୫୨ଲକ୍ଷ କୋଟି ଟଙ୍କା) ବୋଲି ଉଲ୍ଲେଖ କରାଯାଇଛି । ସଂଯୁକ୍ତ ଶେୟାର ମଧ୍ୟରୁ ମ୍ୟାଙ୍କେଜୀ ଅଂଶ ଦେବା ପରେ ବି ଜେଫ୍ ବେଜୋସ୍ ୧୧୪ଅରବ ଡଲାର (୭.୭୮ଲକ୍ଷ କୋଟି ଟଙ୍କା)ର ବାର୍ଷିକ ଆୟ ସହିତ ବିଶ୍ୱର ସବୁଠାରୁ ବଡ଼ ଧନୀ ହୋଇଛନ୍ତି । ଏଥିସହିତ ମ୍ୟାଙ୍କେଜୀ ବିଶ୍ୱର ପ୍ରମୁଖ ୪ର୍ଥ ଧନୀ ମହିଳାମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ବିଶ୍ୱର ୩ ସବୁଠାରୁ ଧନୀ ମହିଳା ଲୋରିୟର୍ ଗ୍ରୁପ୍ର ଫେନ୍କୋଇସ୍ ମିୟର୍ସ ୫୩.୭ଅରବ ଡଲାର ସହିତ ସର୍ବାଗେ ରହିଛନ୍ତି । ଅନ୍ୟପକ୍ଷରେ ୱାଲ୍ମାର୍ଟଙ୍କ ଏଲାଇସ୍ ୱାଲ୍ଟନଙ୍କ ନିକଟରେ ୪୪.୨ଅରବ ଡଲାର ଓ ଜ୍ୟାକ୍ଲୀନ୍ ମାର୍ସ (ମାର୍ସ, ୟୁଏସ୍)ର ସମ୍ପତ୍ତି ୩୭.୧ଅରବ ଡଲାର ରହିଛି । ଛାଡ଼ପତ୍ରର ଏଗ୍ରୀମେଣ୍ଟ ଅନୁଯାୟୀ ମ୍ୟାଙ୍କେଜୀ ସଂଯୁକ୍ତ ଶେୟାର ମଧ୍ୟରୁ ୭୫% ବେଜୋସ୍ଙ୍କୁ ଦେବା ଓ ୨୫% ନିଜ ପାଖରେ ରଖିବା ପାଇଁ ରାଜି ହୋଇଛନ୍ତି । ଉଭୟଙ୍କ ନିକଟରେ ଆମାଜନ୍ର ୧୬% ଶେୟାର ରହିଥିଲା । ସେଥିମଧ୍ୟରୁ ୪% ଏବେ ମ୍ୟାଙ୍କେଜୀ ନିକଟରେ ରହିଛି । ତେବେ ମ୍ୟାଙ୍କେଜୀ ନିଜ ଭାଗର ଶେୟାରର ଭୋଟିଂ ରାଇଟ୍ସ ବେଜୋସ୍ଙ୍କୁ ଦେଇଛନ୍ତି । ବେଜୋସ୍ଙ୍କ ଖବର କାଗଜ ୱାଶିଂଟନ୍ ପୋଷ୍ଟ ଓ ସ୍ପେସ୍ କମ୍ପାନୀ ବ୍ଲ୍ୟୁ ଅରିଜିନ୍ରେ ମଧ୍ୟ ସେ କୌଣସି ଅଂଶ ମାଗିନାହାଁନ୍ତି । ଜେଫ୍ ବେଜୋସ୍ ଆମାଜନ୍ର ସବୁଠାରୁ ବଡ଼ ଶେୟାରଧାରକ । ସେହିଭଳି ଦ୍ୱିତୀୟ ସ୍ଥାନରେ ଇନ୍ଭେଷ୍ଟମେଣ୍ଟ ଗ୍ରୁପ୍ ଭେନ୍ଗାର୍ଡ଼ ରହିଛି । ମ୍ୟାଙ୍କେଜୀ ତୃତୀୟ ସର୍ବବୃହତ୍ତ ଶେୟାରହୋଲ୍ଡର ବନିସାରିଛନ୍ତି । ୧୯୯୩ରେ ଜେଫ୍ ଓ ମ୍ୟାଙ୍କେଜୀଙ୍କ ବିବାହ ହୋଇଥିଲା । ସେହି ସମୟରେ ଉଭୟ ଜେଫ୍ ଓ ମ୍ୟାଙ୍କେଜୀ ହେଜ୍ ଫଣ୍ଡ କମ୍ପାନୀ ଡି ଇ ଶଂରେ କାମ କରୁଥିଲେ । ବିବାହର ଆସନ୍ତା ବର୍ଷ ତଥା ୧୯୯୪ରେ ଜେଫ୍ ବେଜୋସ ଆମାଜନ୍ର ଆରମ୍ଭ କରିଥିଲେ । ଆମାଜନ୍ର ପ୍ରଥମ କଣ୍ଟ୍ରାକ୍ଟ ପାଇଁ ମ୍ୟାଙ୍କେଜୀ ହିଁ ଡିଲ୍ କରିଥିଲେ । ଗ୍ୟାରେଜ୍ରୁ ଆରମ୍ଭ ହୋଇଥିବା ଆମାଜନ୍ ଆଜି ବିଶ୍ୱର ପ୍ରମୁଖ ତୃତୀୟ କମ୍ପାନୀଗୁଡ଼ିକରେ ସାମିଲ ରହିଛି । କମ୍ପାନୀର ମାର୍କେଟ୍ କ୍ୟାପ୍ ୮୯୩ଅରବ ଡଲାର ରହିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ