ମୁଖ୍ୟମନ୍ତ୍ରୀ କପ କବାଡି ପ୍ରତିଯୋଗିତାର ଫାଇନାଲ ମ୍ୟାଚ
ବ୍ରହ୍ମପୁର,(ସୁଦିପ କୁମାର ସାହୁ): ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି–୨.୦ କବାଡ଼ି ଚାମ୍ପିୟନଶିପ୍–୨୦୨୬ ର ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି ଏହି ପ୍ରତିଯୋଗିତାର ପ୍ରଥମ ଦିବସରେ ହୋଇଥିବା ସେମି ମ୍ୟାଚ୍ ଗୁଡ଼ିକ ଅତ୍ୟନ୍ତ ରୋମାଞ୍ଚକର ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଥିଲା। ବାଳକ ବର୍ଗର ୨ୟ ସେମି ଫାଇନାଲ ମ୍ୟାଚ ଫଳାଫଳ ବାଲେଶ୍ୱର ଦଳ ୬୮–୪୦ ପଏଣ୍ଟରେ ନୟାଗଡ଼ ଜିଲ୍ଲା କୁ ପରାସ୍ତ କରି ୨୮ ପଏଣ୍ଟ ବ୍ୟବଧାନରେ ବିଜୟ ହାସଲ ସହ ପ୍ରଥମ ଦଳ ଭାବେ ଫାଇନାଲକୁ କରିଥିବା ବେଳେ ବାଳିକା ବର୍ଗର ୧ମ ସେମି ଫାଇନାଲ ମ୍ୟାଚ୍ରେ ଗଞ୍ଜାମ ବାଳିକା ଦଳ ୫୩-୨୪ ପଏଣ୍ଟରେ ସମ୍ବଲପୁର ଦଳ କୁ ପରାସ୍ତ କରି ୨୯ ପଏଣ୍ଟ ବ୍ୟବଧାନରେ ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲ କୁ ପ୍ରବେଶ କରିଛି । ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଭାବେ ଓଡ଼ିଶା କବାଡ଼ି ଆସୋସିଏସନ୍ର ଯୁଗ୍ମ ସମ୍ପାଦକ ସୂର୍ଯ୍ୟକାନ୍ତ ଏମହାନ୍ତି ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଶାନ୍ତ କୁମାର ଜେନା ପ୍ରତିଯୋଗିତାର ତଦାରଖ କରୁଛନ୍ତି। ଉଦଘାଟନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଜେ. କାମେଶ୍ୱର ରାଓ ମୁଖ୍ୟ ଅତିଥି ରହିଥିବା ବେଳେ ଓଡିଶା କବାଡି ସଙ୍ଘ ଉପସଭାପତି ଓ ଚିଫ ଅଫିସିଆଲ ପୃଥ୍ୱୀରାଜ ପଟ୍ଟନାୟକ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚ ଉଦଘାଟନ କରିବା ସହ ଖେଳାଳି ମାନଙ୍କ କ୍ରୀଡ଼ା ମନୋଭାବକୁ ପ୍ରୋତ୍ସାହିତ କରିଥିଲେ, ପ୍ରତିଯୋଗିତାକୁ ନେଇ କ୍ରୀଡ଼ାପ୍ରେମୀ, କବାଡ଼ି ଅନୁରାଗୀ ଓ ସାଧାରଣ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଛି । ପ୍ରଥମ ସି.ଏମ ଟ୍ରଫି ୨୦୨୬ କବାଡି ଚାମ୍ପିୟନସିପ ସେମି-ଫାଇନାଲ ବ୍ରହ୍ମପୁର ଜୋନରେ ଅନୁଷ୍ଠିତ ହୋଇଛି, ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ କବାଡି ଚାମ୍ପିୟନସିପ ସେମିଫାଇନାଲ ଆୟୋଜିତ ହୋଇଯାଇଛି। ସେମିଫାଇନାଲ ମ୍ୟାଚରେ ଉଭୟ ଅନ୍ତଃ ୧୬ ବର୍ଷୀୟ ବାଳକ ଓ ବାଳିକା ବର୍ଗର ଖେଳାଳି ମାନେ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମେ ଏହା ୪ଗୋଟି ଜୋନ ରେ ଖେଳା ଯାଇଥିଲା ବ୍ରହ୍ମପୁର ଜୋନରେ ବାଳକ ବର୍ଗରେ ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ ଓ ଗଞ୍ଜାମ ଦଳ ସେମିଫାଇନଲ ରେ ପ୍ରବେଶ କରିଥିଲେ ଏବଂ ବାଳିକା ବର୍ଗ ରେ ସମ୍ବଲପୁର, ପୁରୀ, ଅନୁଗୁଳ ଓ ଗଞ୍ଜାମ ଦଳ ସେମିଫାଇନାଲ ରେ ପ୍ରବେଶ କରିଛନ୍ତି । ସେମିଫାଇନାଲର ପ୍ରଥମ ମ୍ୟାଚ ବାଳିକା ବର୍ଗରେ ଗଞ୍ଜାମ ଓ ସମ୍ବଲପୁର ମଧ୍ୟରେ ଖେଳା ଯାଇଥିଲା ଏବଂ ଦ୍ଵିତୀୟ ମ୍ୟାଚ ବାଳକ ବର୍ଗ ରେ ବାଲେଶ୍ୱର ଓ ନୟାଗଡ ମଧ୍ୟରେ ଖେଳା ଯାଇଥିଲା। ଗଞ୍ଜାମ ବାଳିକା ଦଳ ୫୩-୨୪ ପୋଇଣ୍ଟ ରେ ବିଜୟ ଲାଭ କରିଥିଲେ। ସେମିଫାଇନାଲ ମ୍ୟାଚ ରେ ପୃଥ୍ୱୀରାଜ ପଟନାୟକ ଓଡିଶା କବାଡି ସଙ୍ଘ ସଦସ୍ୟ ଉପସ୍ଥିତ ଥିଲେ ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ଓ ଓଡିଶା ଓଲମ୍ପିକକ ସଙ୍ଘ ଯୁଗ୍ମ ସମ୍ପାଦକ ଜେ. କାମେଶ୍ୱର ରାଓ, କେଦାରନାଥ ଚୌଧୁରୀ, ଦୁର୍ଗା ପଟନାୟକ, ଡ଼ି. ଡ଼ି ଗନ୍ତାୟତ, ଡ଼ି. ବାବୁ ରାଓ, ରାଜ ନାରାୟଣ ପାତ୍ର, ପ୍ରମୋଦ ମହାରଣା, ବିଜୟ କୁମାର ପଟନାୟକ, ରାଜେନ୍ଦ୍ର ପ୍ରସାଦ ଗନ୍ତାୟତ, ଡ଼ି. ଆପ୍ପା ରାଓ, ସୀତାରାମ ଵେବରତା ଉପସ୍ଥିତ ଥିଲେ ବୋଲି ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।


