ସିଏମ୍‌ସି ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି

କଟକ, (ଓ୍ବାଇଏନଏସ): ଚର୍ଚ୍ଚାରେ କଟକ ରାଜନୀତି। କଟକ ବିଜେଡିରେ ଜଣଙ୍କ ପରେ ଜଣେ ବଡ଼ ନେତା ଦଳ ଛାଡୁଛନ୍ତି । ପ୍ରଭାତ ବିଶ୍ଵାଳ, ଚନ୍ଦ୍ର ସାରଥୀ ବେହେରା ଓ ରଞ୍ଜନ ବିଶ୍ବାଳଙ୍କ ଭଳି ହେଭିୱେଟ୍‌ ଏହି ତାଲିକାରେ ଅଛନ୍ତି । ଫଳରେ ବିଜେପି ଧୀରେଧୀରେ ଅଧିକ ଶକ୍ତିଶାଳୀ ହେଉଛି । ବର୍ତ୍ତମାନ ସିଏମ୍‌ସିରେ ୫୯ଜଣ ନିର୍ବାଚିତ କର୍ପୋରେଟର୍‌ ଅଛନ୍ତି । ସେଥିମଧ୍ୟରୁ ୬ଜଣ କଟକ ସଦରରୁ ଥିବା ବେଳେ ୨୧ ଜଣ କଟକ-ଚୌଦ୍ୱାରରୁ ଅଛନ୍ତି । ୩୨ ଜଣ କର୍ପୋରେଟର୍‌ କଟକ-ବାରବାଟୀରୁ ରହିଛନ୍ତି । ତେଣୁ ବିଜେଡି ଛାଡ଼ୁଥିବା ନେତାଙ୍କ ସହ ରହିବେ ସେମାନଙ୍କ ଅନୁଗତ ଅନୁଗତ କର୍ପୋରେଟରମାନେ। ଯାହା ଆଗାମୀ ନିର୍ବାଚନରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିବ। ସେପଟେ ଏଭଳି ଆକଳନକୁ ଅବାସ୍ତବ ଓ ଭିତ୍ତିହୀନ ବୋଲି କହିଛନ୍ତି କଟକ ମେୟର। ଅନ୍ୟପକ୍ଷରେ କଟକ ସହରରେ ଦିନକୁ ଦିନ କଂଗ୍ରେସ ମଧ୍ୟ ଦୁର୍ବଳ ହେବାରେ ଲାଗିଛି। ଓଡ଼ିଶା ଜନତା କଂଗ୍ରେସ ଗଠନ ପରେ କଟକ-ବାରବାଟୀରୁ ମହମ୍ମଦ ମୋକିମ ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଅନୁଗତ କର୍ପୋରେଟରମାନେ ମଧ୍ୟ ଆଗମୀ ଦିନରେ ମୋକିମଙ୍କ ନୂଆ ଦଳକୁ ଯାଇପାରନ୍ତି। ଯାହା କଂଗ୍ରେସକୁ ବଡ଼ ଝଟ୍‌କା ଦେବ। ତେବେ ଆଗାମୀ ଦିନରେ କଟକ ମହାନଗର ନିଗମ କାହା ହାତକୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ