ବ୍ରାହ୍ମଣ ସମାଜର ନୂତନ କମିଟି ଗଠନ
କଲ୍ୟାଣସିଂହପୁର (ଓ୍ବାଇଏନଏସ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ବ୍ରାହ୍ମଣ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ଆଠ ବର୍ଷ ପୂର୍ବେ ଗଠନ ହୋଇଥିବା ପରିଚାଳନା କମିଟିକୁ ଭଙ୍ଗ କରି ନୂତନ କମିଟି ଗଠନ କରିବା ପାଇଁ ସଭାପତି ସରତଚନ୍ଦ୍ର ପାଢ଼ୀ ନିର୍ଦେଶ କ୍ରମେ ପୁରୁଣା କମିଟି ଭଙ୍ଗ କରି ନୂତନ କମିଟି ଗଠନ କରିବା ପ୍ରକାଶ କରିଥିଲେ। ସମାଜର ପ୍ରତି ସଦସ୍ୟଙ୍କ ମଧ୍ୟରୁ ୧୫ଜଣ ସଦସ୍ୟଙ୍କୁ ବଚ୍ଛା ଯାଇଥିଲା। ସେଥିମଧ୍ୟରୁ ସଭାପତି ଭାବେ ରମାକାନ୍ତ ପରିଛା, ଉପସଭାପତି ବଳରାମ ତ୍ରିପାଠୀ, ସମ୍ପାଦକ ନରସିଂହ ମହାପାତ୍ର, ସହ ସମ୍ପାଦକ କିଶୋର ଚନ୍ଦ୍ର ପାଢ଼ୀ, କସାଧକ୍ଷ ସୁରେଶଚନ୍ଦ୍ର ପାଢ଼ୀ ସର୍ବ ସହମତି କ୍ରମେ ନିଷ୍ପତି ହୋଇଥିଲା। ଉପଦେଷ୍ଟା ଭାବେ ଶରତ ଚନ୍ଦ୍ର ପାଢ଼ୀ, ମନୋରୋଞ୍ଜନ ତ୍ରିପାଠୀ, ସତ୍ୟନାରାୟଣ ତ୍ରିପାଠୀ ସର୍ବ ସହମତି କ୍ରମେ ନିଷ୍ପତି ନିଆ ଯାଇଥିଲା। ଆଗାମୀ ଦିନରେ ସମାଜର କାର୍ଯ୍ୟପନ୍ଥା, ନିତି ନିର୍ଧାରଣ, ଆୟ ବ୍ୟୟ, କମିଟିର ଶୃଙ୍ଖଳା, ସମାଜ ସଂସାର, ସାମାଜିକ ସେବା, ଗରିବ ବ୍ରାହ୍ମଣ ପିଲାଙ୍କୁ ସାମାଜିକ ସୁରକ୍ଷା ଓ ଆର୍ଥିକ ସାହାଯ୍ୟ, ସମାଜକୁ ସାଙ୍ଗରେ ନେଇ ଚାଲିବା ସହ ବିଭିନ୍ନ କାର୍ଯ୍ୟକ୍ରମ ପରବର୍ତ୍ତୀ ସମୟରେ ନିତି ନିର୍ଧାରଣ କରାଯିବ ବୋଲି ନୂତନ ସଭାପତି ରମାକାନ୍ତ ପରିଛା ସହ ସମସ୍ତ ନବ ନିର୍ବାଚିତ ପ୍ରତିନିଧି ପ୍ରକାଶ କରିଛନ୍ତି।


