ଥାନା ଅଧିକାରିଣୀଙ୍କ ଦୁର୍ବ୍ୟବହାରରେ ଥାନା ସମ୍ମୁଖରେ ଉତ୍ତେଜନା

କଲ୍ୟାଣସିଂହପୁର(ଓ୍ବାଇଏନଏସ) : ଥାନା ଅଧିକାରିଣୀ ଆସିବା ଦିନଠାରୁ ବିବାଦ ପିଛା ଛାଡ଼ୁନି ତାଙ୍କର। ନିଜର ବ୍ୟବହାର ଶାଳୀନତା ଓ ଭାଷାକୁ ନେଇ ବିବାଦ ପିଛା ଛାଡୁନଥିବା ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି। ଏମିତି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନାରେ।ଥାନା ଅଞ୍ଚଳର ଶିକରପାଇ ଠାରେ ଥାନା ଅଧିକାରିଣୀ ଲୋକଙ୍କୁ ଦୁବ୍ୟବହାରରେ ଯୋଗୁଁ ଥାନା ସମ୍ମୁଖରେ ଉତ୍ତେଜନା  କଲେ ଶିକର ପାଇ ଗ୍ରାମଲୋକେ। ଥାନା ଅଧିକାରିଣୀ କଳ୍ପନା ବେହେରା ଦୁବ୍ୟବହାର କରୁଥିବା ଅଭିଯୋଗ କରି ଥାନା ସାମ୍ନାରେ  ଗାଁ ଲୋକେ ଉତ୍ତେଜନା କରିଥିବା ଦେଖିବାକୁ ମିଳିଛି।ଏହାକୁ ନେଇ ଜିଲ୍ଲାର ପଲିସ ଦୁଇ ଅଧିକାରୀ ଆସିବାକୁ ପଡିଲା।ସିକରପାଇ ଗାଁ ପ୍ରାୟ ପଚାଶରୁ ଅଧିକ ଲୋକେ ଗତ ରାତ୍ରରେ ଥାନା ସାମ୍ନାରେ ଉତ୍ତେଜନା ହେଉ ଥିବା ବେଳେ ରାୟଗଡ଼ା ଏସଡିପିଓ ଗୌର ହରି ସାହୁ ଓ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ କଲ୍ୟାଣସିଂହପୁର  ଥାନାରେ ପହଞ୍ଚି  ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି।ପରେ ଥାନା ବାହାରେ ଧାରଣରେ ବସି ପ୍ରତିବାଦ କରିଥିଲେ। ଶ୍ରୀମତୀ ବେହେରା ଦୁର୍ବ୍ୟବହାର କରିଥିବା ଗ୍ରାମର ସମାଜସେବି ଟି.ଚନ୍ଦ୍ର ଶେଖରଙ୍କୁ ଭୁଲ ମାଗିବା ସହ ଥାନାକୁ ଡାକି ଆଲୋଚନା କରିବା ବୋଲି କହିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ବୁଝିବା ପାଇଁ ନାରାଜ ଥିଲେ।ଗାଁ ଲୋଙ୍କ ଙ୍କ କହିବା ଅନୁଯାୟୀ ସିକରପାଇ ଠାରେ ରେଳ ବିଭାଗ ତରଫରୁ ହେଉଥିବା କାମ  ଯୋଗୁଁ ଗାଁ ରାସ୍ତା ଦେଇ ଗାଡିଗୁଡିକ ଯାତାୟାତ କରୁଥିବାରୁ ବିଭିନ୍ନ ସମୟରେ ରାସ୍ତା ଉପରେ ଧୂଳି ଉଡ଼ିବା ସହ ରାସ୍ତା ଜାମ୍ ଟ୍ରାଫିକ ସମସ୍ୟା ଶ୍ରୁଷ୍ଟି ହୋଇଥିବା ରୁ ଲୋକେ ରାସ୍ତା ଉପରେ ପାଣି ପକାଇବା ପାଇଁ କହିଥିଲେ। ଏହାକୁ ନେଇ କିଛି ଗାଡିକୁ ଲୋକମାନେ ଅଟକାଇ ଥିଲେ ଏହା ପରେ ପୋଲିସ୍ ଅଧିକାରୀ କଳ୍ପନା ବେହେରା ପହଞ୍ଚି ବାରମ୍ବାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ।  ଏହାକୁ ନେଇ ଶିକରପାଇ ଲୋକେ ଥାନା ସାମ୍ନାରେ ଉତ୍ତେଜନା କରିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସମୟରେ ଦୁର୍ଘଟଣା, ଜମି ବିବାଦ, ଚୋରି ଭଳି ଘଟଣା ସମୟରେ ସ୍ଥାନ କାଳ ସମୟ ନଦେଖି ଅଶ୍ଳୀଳ ଭାଷା କହିବା ଓ ଧମକେଇବା ଘଟଣା ବିବାଦ ସୃଷ୍ଟି କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।ଏହି ବିଷୟ କୁ ନେଇ ଆମେ ଏସଡିପିଓ ସାହୁଙ୍କ  ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ