ବ୍ଲକସ୍ତରୀୟ କୃଷକ ରେଜିଷ୍ଟ୍ରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନାଉଗାଁ (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ କୃଷକ ରେଜିଷ୍ଟ୍ରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କୃଷି ଅଧିକାରୀ ଯୁଗସ୍ମିତା ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଜନ ସେବା କେନ୍ଦ୍ରର ଜିଲ୍ଲା ସଂଯୋଜକ ଦୀପକ ଦାଶ ଯୋଗ ଦେଇ କୃଷକ ରେଜିଷ୍ଟ୍ରି ଉପରେ ଉପସ୍ଥିତ ଜନ ସେବା କେନ୍ଦ୍ରର ଗ୍ରାମସ୍ତରୀୟ ଉଦ୍ୟୋଗୀ(ଭିଏଲଇ) ଏବଂ କୃଷକ ସାଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କୃଷି କାର୍ଯ୍ୟାଳୟର ଓଭରସିଆର ରକେଟ ରଞ୍ଜନ ମାଝୀ , ଏଟିଏମ ଅଭିଜିତ ସେଠୀ,ରାଜକିଶୋର ବାରିକ ପ୍ରମୁଖ ପରିଚାଳନା କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ଵ ଜନସେବା କେନ୍ଦ୍ରର ଗ୍ରାମସ୍ତରୀୟ ଉଦ୍ୟୋଗୀ ଏବଂ କୃଷକ ସାଥୀ ଯୋଗ ଦେଇ ଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ