ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂଶିକ ଓଝାଙ୍କ ସଫଳତା
ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡା ସ୍ନାତକ ମହାବିଦ୍ୟାଳୟର +୩ ଶେଷ ବର୍ଷର ପରୀକ୍ଷା ଫଳ ବିକ୍ରମ ଦେବ ୟୁନିଭେର୍ସିଟି ଦ୍ୱାରା ପ୍ରକାଶିତ ହୋଇଯାଇଛି। ଏହି ପରୀକ୍ଷାରେ ଅର୍ଥଶାସ୍ତ୍ର ବିଭାଗ ତରଫରୁ ଛାତ୍ର ସଂଶିକ ଓଝା ଶତକଡା ନବେ ଦଶମିକ ପନ୍ଦର ନମ୍ବର ରଖି ବିଶ୍ୱ ବିଦ୍ୟାଳୟ ସ୍ତରରେ ପ୍ରଥମ ହୋଇ ମୁନିଗୁଡା ମହାବିଦ୍ୟାଳୟରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଏହା ପ୍ରଥମ ପରୀକ୍ଷା ଫଳ ଏହି ପରୀକ୍ଷାରେ ମୁନିଗୁଡା ସ୍ନାତକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଆଶାତୀତ ସଫଳତା ଲାଭ କରିଛନ୍ତି। ମହାବିଦ୍ୟାଳୟର ପ୍ରତ୍ୟେକ ବିଭାଗ ଯଥା ଅର୍ଥ ଶାସ୍ତ୍ର, ଇତିହାସ,ମାନବ ଓ ଶିଳ୍ପ ପରିଚାଲନା,ଓଡ଼ିଆ ସାହିତ୍ୟ ଓ ରାଜନୀତି ବିଜ୍ଞାନ ବିଭାଗ ଶତକଡା ଅଶିଏ ଅଂଶ ପ୍ରାପ୍ତ ହୋଇଛନ୍ତି l ଅର୍ଥଶାସ୍ତ୍ର ବିଭାଗ ତରଫରୁ ସଂଶିକ ଓଝା ଶତକଡା ନବେ ଦଶମିକ ପନ୍ଦର ନମ୍ବର ରଖି ବିଶ୍ୱ ବିଦ୍ୟାଳୟ ସ୍ତରରେ ପ୍ରଥମ ହୋଇ ମୁନିଗୁଡା ମହାବିଦ୍ୟାଳୟରେ ପ୍ରଶଂସାର ପାତ୍ର ହୋଇଛନ୍ତି। ସଂଶିକ ଓଝାଙ୍କ ଏହି ସଫଳତା ପରେ ତାଙ୍କୁ ମୁନିଗୁଡା ସ୍ନାତକ ମହାବିଦ୍ୟାୟର ଅଧ୍ୟକ୍ଷ ହୃଷିକେଶ ଜାଲିଙ୍କ ସମେତ ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଖୁସି ବ୍ୟକ୍ତ କରିଥିଲେ। ଏଥିସହ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି l ସ୍ଥାନୀୟ ଅଞ୍ଚଳଳରେ ପ୍ରକାଶିତ ପରୀକ୍ଷା ଫଳକୁ ନେଇ ଅନେକ ସନ୍ତୋଷ ବ୍ୟକ୍ତ କରିବା ସହ ଛାତ୍ର ଶ୍ରୀମାନ ସଂଶିକ ଓଝାଙ୍କୁ ବିଭିନ୍ନ ମୋହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।


