ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ପୌରପରିଷଦ ପକ୍ଷରୁ ସାମୁହିକ ସଫେଇ
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ପୌରପରିଷଦ ଅଞ୍ଚଳରେ “ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ”ର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟ ନେଇ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସର୍କିଟ ହାଉସ ଏବଂ ଜିଲ୍ଲାପାଳ ଙ୍କ ବାସଭଵନ ସମ୍ମୁଖରେ ଥିବା ଉଭୟ ରାସ୍ତା ପାର୍ଶ୍ଵ କୁ ସଫେଇ କରାଯାଇଥିଲା l ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ , ପୌରପରିଷଦ ର ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର ଏମ. ଅରୁନ୍ଧତି ରେଡ୍ଡୀ, ଇଓ ପ୍ରସନ୍ନ କୁମାର ଦାଶ, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ସ୍ୱଚ୍ଛ ସାଥି, ବରିଷ୍ଠ ନାଗରିକଏବଂ ବହୁ ଯୁବକ ମାନେ ସାମିଲ ହୋଇ ସାମୁହିକ ସଫେଇ କରିଥିଲେ । ଏହା ସହିତ ସ୍ୱଚ୍ଛ ପରିବେଶ ହେଉଛି ସୁସ୍ଥ ସମାଜର ମୂଳ ଆଧାର । ଆସ,ଆମ ସମସ୍ତେ ମିଳିତ ଭାବେ ସ୍ୱଚ୍ଛତାକୁ ଏକ ଅଭ୍ୟାସରେ ପରିଣତ କରି ଛତ୍ରପୁର ପୌରପରିଷଦ ତଥା ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ, ସୁନ୍ଦର ଭାବେ ଗଢ଼ି ତୋଳିବା ବୋଲି ବାର୍ତ୍ତା ଦିଆଯାଇଥିଲା ।


