ଗୋଟିଏ ଘରୁ ଦୁଇଟି ପାଣି ମଟର ଚୋରି

ନାଉଗାଁ ,(ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଅଲଣା ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମରୁ ବାରମ୍ବାର ପାଣି ମଟର ଚୋରି ହେଉଥିବା ନେଉ ଅଭିଯୋଗ ହୋଇଆସୁଛି। ଶନିବାର ବିଳମ୍ବିତ ରାତିରେ ବର୍ଷା ପବନ ଯୋଗୁଁ ବିଦ୍ୟୁତ ନ ଥିବା ବେଳେ ଏହାର ସୁଯୋଗ ନେଇ କେହି ଦୁର୍ବୁତ୍ତ ବୀରକିଶୋର ଶତପଥୀଙ୍କ ଘରୁ ୨ ଏଚପି  ଓ ହାପ ଏଚପି  ଦୁଇଟି ପାଣି ମଟର ଚୋରି କରି ନେଇଥିବା  ନାଉଗାଁ ଥାନାରେ ଅଭିଯୋଗ ହୋଇଛି | ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରହିଥିବା ଥାନାଧିକାରୀ ଦେବାଶିଷ ପଣ୍ଡା କହିଛନ୍ତି। ସୂଚନା ଯୋଗ୍ୟ କିଛି ଦିନ ତଳେ ମଧୁପୁର ଅଙ୍ଗନୱାଡ଼ି ଘର ଭିତରୁ ତାଲା କାଟି ପାଣି ମଟର ଚୋରି ହୋଇଥିବା ନେଇ ନାଉଗାଁ ଥାନାରେ ଅଭିଯୋଗ ହୋଇଥିଲା। ମଧୁପୁର ୟୁପି ସ୍କୁଲରୁ ମଧ୍ୟ ପାଣି ମଟର ଚୋରି ହୋଇଥିଲା । ସେହିପରି ମୁଣ୍ଡାଳ ଗ୍ରାମରୁ କିଛି ମାସ ତଳେ ଦୁଇଟି ପାଣି ମଟର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା | ଏହି ଅଞ୍ଚଳରେ ଦୁର୍ବୁତ୍ତ ମାନେ ବାରମ୍ବାର ପାଣି ମଟର ଚୋରି କରୁଥିବାରୁ ଏହା ପଛରେ ବଡ଼ ରାକେଟ କାମ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି | ନାଉଗାଁ ପୋଲିସ ଏଥିପ୍ରତି ଗୁରୁତର ସହିତ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ