ଯୁବତୀକୁ ଗଣଦୁଷ୍କର୍ମ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଏସପିଙ୍କ କାର୍ଯ୍ୟାଳୟ ନିକଟ ରାସ୍ତାକଡରେ ତମ୍ବୁରେ ରହି ଝାଡୁ ବିକୁଥିବା ଛତିଶଗଡ଼ର ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଛି। ଏ ନେଇ କେନ୍ଦ୍ରପଡ଼ା ସଦର ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ଅଭିଯୋଗ ହେବା ପରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁଯାୟୀ ଛତିଶଗଡ଼ର କେତେକ ଲୋକ ଏସପିଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଏକଶହ ମିଟର ଦୂରରେ ଥିବା ରାସ୍ତାକଡର ଏକ ସରକାରୀ ଜମିରେ ତମ୍ବୁ ପକାଇ ରହୁଛନ୍ତି। କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଝାଡ଼ୁ ବିକ୍ରି କରି ସେମାନେ ପରିବାର ପ୍ରତିପୋଷଣ କରୁଥିଲେ। ବିଳମ୍ବିତ ରାତିରେ ତମ୍ବୁ ମଧ୍ୟରେ ଶୋଇଥିବା ଜଣେ ଯୁବତୀଙ୍କୁ ୨ ଜଣ ଯୁବକ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ମୁର୍ମୁଷୁ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ। ସକାଳେ ଯୁବତୀଙ୍କ ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ତମ୍ବୁରେ ଯୁବତୀ ନ ଥିଲେ। ନିକଟସ୍ଥ ଜଙ୍ଗଲରେ ଯୁବତୀ ଜଣକ ଅଚେତ ଅବସ୍ଥାରେ ପଡିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଘଟଣାଟି ଘଟିଥିବାରୁ ଏସପି ସିଦ୍ଧାର୍ଥ କଟ୍ଟାରିଆ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏ ଦିଗରେ ସଠିକ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସପି। ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଅଭିଯୋଗ ପାଇବା ପରେ ଏକ ମମଲା ରୁଜୁ ହୋଇ ତଦନ୍ତ ଚାଲିଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ