ସୁନାଚେନ ଛିନତାଇ ମାମଲା: ୨ ଗିରଫ, ସୁନାଚେନ ଜବତ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାଶ):ସଦର ଥାନା ଅଧିନ ବାହାକଣ୍ଡିଆ ଘାଟଗଡା ନିକଟରେ ଗତ ୧୧ତାରିଖରେ ଏକ ଦମ୍ପତ୍ତିଙ୍କ ଠାରୁ ସୁନାଚେନ ଲୁଟ ହୋଇଥିବା ମାମଲାରେ ସଦର ଥାନା ପୋଲିସ ୨ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ଏକ ସୁନାଚେନ ଜବିତ କରିଛି । ସେହି ଲୁଟେରା ଅଭିଯୁକ୍ତ ୨ଜଣ ହେଉଛନ୍ତି ଡେରାବିଶ ଥାନା ଅଧିନ ମନ୍ତ୍ରୀପଡା ଗ୍ରାମର ଅଲେଖ ସିଂଙ୍କ ପୁଅ ମହେଶ୍ୱର ସିଂ(୨୩) ଓ ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା ଅଧିନ ମାର୍ଥାପୁର ଗ୍ରାମର ଅର୍ଜ୍ଜୁନ ସିଂଙ୍କ ପୁଅ ଭଞ୍ଜନ ସିଂ(୩୩) । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇଦିଆଯାଇଥିବା ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି ।


