ବଉଳା ସାହିତ୍ୟ ସଂସଦର ୩୬ତମ ବାର୍ଷିକ ଉତ୍ସବ
ହାଟଡ଼ିହି (ଓ୍ବାଇଏନଏସ): ଗ୍ରାମାଞ୍ଚଳରେ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସାହିତ୍ୟ ସଂସଦର ଭୂମିକା ଗୁରୁତ୍ୱପୂର୍ଣ୍ଣ, ବର୍ତ୍ତମାନ ସମୟରେ ଆଜିର ଯୁବପିଢ଼ି ସାହିତ୍ୟ ଠାରୁ ଦୁରେଇ ଯାଉଥିବାରୁ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ହୋଇ ପାରୁନି। ତେଣୁ ଗ୍ରାମାଞ୍ଚଳର ସାହିତ୍ୟ ସଂସଦ ଗୁଡିକ ଏଥିପ୍ରତି ଗୁରୁତ୍ୱ ଦେଇ ଆଜିର ଯୁବ ପିଢିଙ୍କୁ ସାହିତ୍ୟ ମନସ୍କ କରାଇବା ଉଚିତ ବୋଲି ହାଟଡିହି ବ୍ଲକ ବିଷ୍ଣୁପ୍ରୀୟା ବାଳାଶ୍ରମ ଠାରେ ବଉଳା ସାହିତ୍ୟ ସଂସଦର ୩୬ତମ ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସଂସଦର ସଭାପତି ବାଳକୃଷ୍ଣ ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପକ ଡକ୍ଟର ନାରାୟଣ ଚନ୍ଦ୍ର ସେନାପତି, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପାଲାକାର, ତଥା ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ରତ୍ନାକର ଦାସ ପ୍ରମୁଖ ଯୋଗଦେଇଥିଲେ। ଏହି ଉତ୍ସବରେ ସଂସଦର ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ରାଉତ ସ୍ୱାଗତ ଭାଷଣ ପ୍ରଦାନ ସହିତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ସୁବାସ ପାତ୍ର ମଞ୍ଚ ସଂଯୋଜନା କରିଥିଲେ । ସଂସଦର ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସାହିତ୍ୟ ସଂସଦର ମୁଖପତ୍ର ‘ବଉଳା’କୁ ଅତିଥିମାନେ ଲୋକର୍ପଣ କରିଥିଲେ । ସାହିତ୍ୟ ପ୍ରତି ଉଲେଖନୀୟ ଅବଦାନ ଥିବା ସଂଯୋଜିକା କାଞ୍ଚନ ଲତା ଜେନା, କବି ଶୁଭଦ୍ରା ସାହୁ, ଗାୟିକା ଶୁଭଲଗ୍ନା ଉମାମଣି ପାଢ଼ୀ, କବି କୈଳାସ ଚନ୍ଦ୍ର ବେହେରା, ଆଦିକନ୍ଦ ରାମ, ବ୍ୟଙ୍ଗକବି ମୂରଲୀଧର ବେହେରା, କବି ଅନନ୍ତ ଚରଣ ମୁଦୁଲି ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ସମର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଅଣାଠାରେ ଥିବା ସଂସଦର ପ୍ରତିଷ୍ଠାତା ସମ୍ପାଦକ ସ୍ୱର୍ଗତ ଶୁକଦେବ ମଲ୍ଲିକଙ୍କ ପ୍ରତିମୃର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ ଜଗନ୍ନାଥ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ କାଞ୍ଚନ ଲତା ଜେନା, ବିଶ୍ୱକଲ୍ୟାଣୀ ରାଉତ ଓ ଶ୍ରୀକାନ୍ତ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ନାରାୟଣ ଚନ୍ଦ୍ର ଲେଙ୍କା, ବିଦ୍ୟୁତ ପ୍ରଭା ଦେଓ, ସରଳା ମହାପାତ୍ର, ନିତ୍ୟାନନ୍ଦ ବେହେରା, ଆନନ୍ଦ ଚନ୍ଦ୍ର ଓଝା, ମୋହନ କୁମାର ମହାନ୍ତି, ଶଙ୍ଖାଳି ଚରଣ ରାଉଳ, ଅଭୟ କୁମାର ସାମଲ, ନାରାୟଣ ସାହୁ, ଅନନ୍ତ ଚରଣ ମୁଦୁଲି, ବାସୁଦେବ ନାୟକ, ନିରଞ୍ଜନ ସାହୁ, ସୁଜିତ ମିଶ୍ର, ରଞ୍ଜନ କୁମାର ସାହୁ, ଚତୁର୍ଭୁଜ ଜେନା, ହେମନ୍ତ ନାୟକ, ଅଭୟ କୁମାର ସାମଲ, ବନମାଳୀ ଜେନା, ବାବନ ଚରଣ ବେହେରା, ଜୀବନ ଜେନା, ନୃସିଂହ ଚରଣ ସାମଲ, ଯୁବରାଜ ବିଶ୍ୱାଳ, ଉମାମଣୀ ପାଢ଼ୀ, କୈଳାଶ ଚନ୍ଦ୍ର ରାଉତ, କାର୍ତ୍ତିକେଶ୍ୱର ଜେନା, ସୌଦାମିନୀ ରାଉତଙ୍କ ସମେତ ବହୁ କବି ଓ କବୟତ୍ରୀମାନେ ସେମାନଙ୍କ ସ୍ୱରଚିତ କବିତାମାନ ଆବୃତି କରିଥିଲେ । । ଏହି ଉତ୍ସବରେ ଉପ ସଭାପତି ଅମୁଲ୍ୟ କୁମାର ମିଶ୍ର, ବରିଷ୍ଠ କବି ଚତୁର୍ଭୁଜ ପହି , ଶରତ କୁମାର ରାଉତ, ଗୌରାଙ୍ଗ ଚରଣ ଆୟଚ, ଦୟାନିଧି ବ୍ରହ୍ମ, ଚତୁର୍ଭୁଜ ଜେନା, ଧୁମକେତୁ ଦାସ, ମୁରଲୀଧର ବେହେରାଙ୍କ ସମେତ ବହୁ ବରିଷ୍ଠ କବି ସାହିତ୍ୟିକ ମାନେ ଉପସ୍ଥିତ ଥିଲେ । ଏହି ବାର୍ଷିକ ଉତ୍ସବରେ ଆନନ୍ଦପୁର , ଭଦ୍ରକ ଓ ଯାଜପୁର ଅଞ୍ଚଳର ଶତାଧିକ କବି, କବୟତ୍ରୀ ଓ ସାହିତ୍ୟିକ ମାନେ ଯୋଗ ଦେଇଥିଲେ । ହରିହର ସାମଲ, ଅନନ୍ତ ଚରଣ ମୁଦୁଲି, ବନମାଳୀ ଜେନା, ହେମନ୍ତ ନାୟକ ଓ ବାଳାଶ୍ରମର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


