ଆମ ପୋଲିସ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ହାଟଡିହି,(ଓ୍ବାଇଏନଏସ): ଆମ୍ବୋ ହାଇସ୍କୁଲ ଠାରେ ନନ୍ଦିପଦା ଥାନା ଆମ ପୁଲିସ ସମିତି ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଇନ୍ସପେକ୍ଟର ବଳିଆ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମ୍ବୋ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ସୁବ୍ରତ ମହାପାତ୍ର, ଆମ ପୁଲିସ ସମିତି ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କୃଷ୍ଣ ଚନ୍ଦ୍ର ଜେନା, ଦୁଃଶାସନ ସାହୁ, ବୀରେନ୍ଦ୍ର କୁମାର ବିଶ୍ଵାଳ ପ୍ରମୁଖ ଯୋଗଦେଇଥିଲେ। ବର୍ତମାନ ସମୟରେ ଘଟୁଥିବା ସାଇବର ଠକେଇ, ବ୍ୟାଙ୍କ ଠକେଇ, ନାରୀ ନିର୍ଯ୍ୟାତନା, ବାଲ୍ୟ ବିବାହ ଆଦି ବିଷୟରେ ଇନ୍ସପେକ୍ଟର ବଳିଆ ବାରିକ ଲୋକଙ୍କୁ ସଚେତନ କରାଇଥିଲେ। ବିଶେଷକରି କୌଣସି ଅଜଣା ଲୋକଙ୍କ ସହିତ ଫୋନରେ କଥା ନ ହେବା, କାହାକୁ ଓଟିପି ସେୟାର ନ କରିବା, ଅନ୍ୟ ଲୋକଙ୍କୁ ନିଜ ବ୍ୟାଙ୍କ ଏକାଉଣ୍ଟ ନ ଦେବା, ୧୮ବର୍ଷରୁ କାମ ବୟସର ପିଲାମାନଙ୍କୁ ବାଇକ ଚଲାଇବାକୁ ନଦେବା, ବିନା ହେଲମେଟରେ ବାଇକ ନ ଚଳାଇବା, ନିଜ ନିଜ ଛୁଆଙ୍କ ଉପରେ ନଜର ରଖିବା, ବରିଷ୍ଠ ନାଗରିକଙ୍କୁ ଉପଯୁକ୍ତ ସୁରକ୍ଷା ଓ ସମ୍ମାନ ଯୋଗାଇ ଦେବା ଆଦି ବିଷୟରେ ଅବଗତ କରାଯାଇ ଥିଲା। ଆମ ପୁଲିସ ସଦସ୍ୟ ମାନେ ନିଜ ନିଜ ବକ୍ତବ୍ୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ଗ୍ରାମବାସୀ ମାନେ ଆମ୍ବୋ ଅଞ୍ଚଳରେ ଚୋରା ମଦ ବ୍ୟବସାୟ ବହୁ ପରିମାଣରେ ବୃଦ୍ଧି ପାଉଥିବାରୁ ଏଥିରେ ରୋକ ଲଗାଇ ବାକୁ ଦାବି କରିଥିଲେ। ବିଶେଷ କରି ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡ଼ି କରିବାକୁ ଗ୍ରାମବାସୀ ଦାବି କରିଥିଲେ। ଏଥିରେ ଜିତେନ୍ଦ୍ର ରାଉତ, ପ୍ରଭାସ ପଟ୍ଟନାୟକ, ବନମାଳୀ ଜେନା, ବାବନ ଚରଣ ରାଉତ, ଗୌରୀ କାନ୍ତ ମହାପାତ୍ର, ଯୁଗଳ କିଶୋର ମହାପାତ୍ର, ପ୍ରଦ୍ୟୁମ୍ନ ପଣ୍ଡା, ଶରତ ମାଝୀ, ହରପ୍ରିୟା ନନ୍ଦ, ଅକ୍ଷୟ ବେହେରା, ଘନଶ୍ୟାମ ସେଠୀଙ୍କ ସମେତ ଶତାଧିକ ଗ୍ରାମବାସୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସାମିଲ ହୋଇଥିଲେ। ଆଗାମୀ ଦିନ ମାନଙ୍କରେ ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଏହିପରି ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରିବାକୁ ନିଷ୍ପତି ହୋଇଥିଲା।


