ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ନିକଟସ୍ଥ ଟି. ନୁଆଁଗାଁ ପଡିଆରେ ଚାଲିଥିବା ଶ୍ରୀ ଶ୍ରୀ ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ରଙ୍ଗେଈଲୁଣ୍ଡା ଓ ସୋମପେଣ୍ଠା ଦଳ ମଧ୍ୟରେ କଡା ମୁକାବିଲା ହୋଇଥିଲା। ଏଥିରେ ସୋମପେଣ୍ଠା ଟିମ ବିଜୟୀ ହୋଇଥିବା ବେଳେ ରଙ୍ଗେଈଲୁଣ୍ଡା ଟିମ ପରାଜିତ ହୋଇଥିଲେ। ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟ ରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଯୁବ ବିଜେଡି ର ରାଜ୍ୟ ସାଧାରଣ ସମ୍ପାଦକ ବିମଳ କୁମାର ପଣ୍ଡା, ଯୁବନେତା ଟି. ଚନ୍ଦ୍ର ଶେଖର ରାଓ, ଛତ୍ରପୁର ବ୍ଲକ ବିଜେଡି ସଭାପତି ଏସ. ଚକ୍ରପାଣି ରେଡ୍ଡୀ, ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ, ବି. ଲିଙ୍ଗରାଜ ପାତ୍ର, ରାଜେଶ ମହାରଣା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ଥିଲେ l ଏହି ଅବସର ଆୟୋଜକ ପକ୍ଷରୁ ବିଜୟୀ ଦଳ କୁ ଟ୍ରଫି ସହ ୩୦ ହଜାର ଓ ପରାଜିତା ଦଳ କୁ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଟୁର୍ନାମେଣ୍ଟ ରେ ୮ ଟି ଦଳ ଏହି ଅଂଶ ଗ୍ରହଣ କରିଥିଲେ । ରାଜ୍ୟ ବାହାରୁ ମଧ୍ୟ୍ୟ କିଛି ଦଳ ସାମିଲ ହୋଇଥିଲେ। ଏହି ଟୁର୍ନାମେଣ୍ଟ କୁ ଶ୍ରୀରାମ ଦାସ ଓ ଅରୁଣ ଦାସ ଙ୍କ ସହ ଯୁବ ଗୋଷ୍ଠୀ ମାନେ ପରିଚାଳନା କରିଥିଲେ। ପ୍ରାରମ୍ଭ ରେ ସାନଖେମୁଣ୍ଡି ବିଧାୟକ ଶ୍ରୀ ଜେନା ଙ୍କୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ ଙ୍କ ନେତୃତ୍ୱ ରେ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଟୁର୍ନାମେଣ୍ଟ ନିକଟ କୁ ପାଛୋଟି ଅଣାଯାଇଥିଲା । ବହୁ ଜନ ଗହଳି ହୋଇଥିବା ର ଦେଖିବାକୁ ମିଳିଛି ।


