ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ
ଆସିକା (ୱାଇଏନ୍ଏସ୍): ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମଣ୍ଟାପଡା ଗ୍ରାମରେ ଥିବା ମା ରତ୍ନମାଳୀ ହାଇସ୍କୁଲ ପରିସରରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ଶକ୍ତି କ୍ଳବ୍ର ସଂଯୋଜକ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଶିିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର, ସହକାରୀ ଶିକ୍ଷକ ଗୋବିନ୍ଦ ପରିଡା, ରଶ୍ମିତା ମହାପାତ୍ର, ପାଣ୍ଡବେଶ୍ୱର ଜେନା, ଶଶୀଭୂଷଣ ସାହୁ, ପାଣ୍ଡବ ଗୌଡ ପ୍ରମୁଖ ଯୋଗଦେଇ ବିଦ୍ୟୁତ୍ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସାଙ୍ଗକୁ ବିଦ୍ୟୁତ୍ ଉପକରଣର ସଠିକ୍ ବ୍ୟବହାର, ଓଦା ହାତରେ ବିଦ୍ୟୁତ ଉପକରଣକୁ ସ୍ପର୍ଶ ନକରିବା, ଛିଣ୍ଡି ଯାଇଥିବା ବିଦ୍ୟୁତ୍ ତାର ଠାରୁ ଦୂରେଇ ରହିବା, ବର୍ଷା ସମୟରେ ସତର୍କତା ଅବଲମ୍ବନ କରିବା, ବିଦ୍ୟୁତ ଦୁର୍ଘଟଣା ଘଟିଲେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଖବର ଦେବା, ବିଦ୍ୟୁତ୍ ଶକ୍ତିକୁ ଆବଶ୍ୟକତା ଅନୁସାରେ ବ୍ୟବହାର କରିବା, ବୈଦ୍ୟୁତିକ କାର୍ଯ୍ୟକୁ ଅଭିଜ୍ଞ ବିଦ୍ୟୁତ୍ କର୍ମଚାରୀଙ୍କ ଦ୍ୱାରା ସଂପାଦିତ କରିବା, ବିଦ୍ୟୁତ୍ ଅପଚୟକୁ ବନ୍ଦ କରିବା, ବିଦ୍ୟୁତ୍ ଶକ୍ତିର ସଠିକ୍ ବ୍ୟବହାର ଓ ସଦୁପଯୋଗ ଉପରେ ବିଦ୍ୟାର୍ଥୀମାନଙ୍କୁ ମାର୍ଗଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳନ ଅବସରରେ ମା ରତ୍ନମାଳୀ ହାଇସ୍କୁଲର ବିଦ୍ୟାର୍ଥୀମାନଙ୍କୁ ନେଇ ବିଦ୍ୟୁତ୍ର ସୁରକ୍ଷିତ ବ୍ୟବହାର ଉପରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଦଶମ ଶ୍ରେଣୀର ବିଦ୍ୟାର୍ଥୀ ଶ୍ରାବଣୀ ମାହୁନ୍ତ, ସୋନମ୍ ବେହେରା ଓ ବର୍ଷା ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ବିଦ୍ୟୁତ୍ର ସୁରକ୍ଷା ଓ ସଞ୍ଚୟ ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ସାମୂହିକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନା ପ୍ରମୁଖ ସହଯୋଗ କରିଥିଲା ବେଳେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।


