ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ ତଥା ପୂର୍ବତନ ଫକୀରମୋହନ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଦାସ ବସୁ
ବାଲେଶ୍ଵର (ସରୋଜ ପଣ୍ଡା): ଆଉ ନାହାନ୍ତି ଫକୀରମୋହନ ମହାବିଦ୍ୟାଳୟର ଭୂତପୂର୍ବ ଅଧ୍ୟକ୍ଷ ତଥା ବିଶିଷ୍ଟ ଗଣିତଜ୍ଞ ପ୍ରଫେସର ନାରାୟଣ ଦାସ ବସୁ। ଆଜି ସକାଳ ୮ଟା ସମୟରେ ରେମୁଣା ଏନଏସି ମାଧିପୁର ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।ସେ ଦୀର୍ଘଦିନ ଧରି ଅସୁସ୍ଥତା ପାଇଁ ଚିକିତ୍ସାଧୀନ ଥିଲେ।ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସମସ୍ତ ପରିବାର ଲୋକ ଉପସ୍ଥିତ ଥିଲେ।ତାଙ୍କର ଏହି ମୃତ୍ୟୁ ଖବର ରେମୁଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ବାସଭବନକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସନ୍ଧ୍ୟାରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।


