ସହକାରୀ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା

ନାଉଗାଁ ,(ପ୍ରଦୋଷ ମହାନ୍ତି): ନାଉଗାଁ  ବ୍ଲକ୍ ଘୋଡାଂଶ ପଞ୍ଚାୟତ ଅନ୍ତର୍ଗତ ଘୋଡାଂଶସ୍ଥିତ ବାସୁଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ସହକାରୀ ଶିକ୍ଷୟିତ୍ରୀ ପ୍ରତିମା ନାୟକ ଏବଂ ସ୍ନେହଲତା ରାୟଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଜୀବନ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ  ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ. ଶୁଶାନ୍ତ ମହାନ୍ତି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ନାଉଗାଁ ମଣ୍ଡଳ ଶିକ୍ଷାଧିକାରୀ ରୀ ଦିଲ୍ଲୀପ କୁମାର  ବଡ଼ପଣ୍ଡା, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ପ୍ରାକ୍ତନ ଯୁଗ୍ମ  ନିର୍ଦ୍ଦେଶକ ଡଃ. ଅଭୟ କୁମାର ମଲ୍ଲିକ,  ଅବସରପ୍ରାପ୍ତ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ବାମଦେବ ସ୍ୱାଇଁ, ଓଡିଶା ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ପ୍ରଶାସକ ରବିନ୍ଦ୍ର କୁମାର ପଟ୍ଟନାୟକ, ସରପଞ୍ଚ ନିହାର ବସ୍ତିଆ, ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସହସମ୍ପାଦକ କ୍ଷେତ୍ରମୋହନ ପଟ୍ଟନାୟକ ଯୋଗ ଦେଇଥିଲେ । ଅବସର ଗ୍ରହଣ କରୁଥିବା ବିଦ୍ୟାଳୟର ଦୁଇ ସହକାରୀ ଶିକ୍ଷୟିତ୍ରୀ ପ୍ରତିମା ଓ ସ୍ନେହଲତା ଙ୍କୁ ଅତିଥିମାନେ ଉପଢ଼ୌକନ, ମାନପତ୍ର, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଂଚାୟତର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ପୁରାତନ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଉକ୍ତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ଉଭୟ ପ୍ରତିମା ଓ ସ୍ନେହଲତା ଙ୍କୁ ସେମାନଙ୍କ ପେନସନ ପେପର ବ୍ଲକ ଶିକ୍ଷାଧିକାରୀ ଙ୍କ ଦ୍ୱାରା ପ୍ରଦାନ କରାଗଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ