ସ୍ୱାମୀ ବିବେକାନନ୍ଦଙ୍କ ତିରୋଧାନ ଦିବସ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ନିକଟସ୍ଥ କଇଁଫୁଲିଆ ଛକ ଠାରୁ କିଛି ମିଟର ଦୂରରେ ଥିବା ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରରେ ଶନିବାର ସ୍ୱାମୀ ବିବେକାନନ୍ଦଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ସୁକାନ୍ତ କୁମାର ପଟ୍ଟନାୟକଙ୍କ ସଂଯୋଜନା ଏବଂ ପରିଚାଳନା କମିଟି ସଂପାଦିକା ରାଜଲକ୍ଷ୍ମୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପରିଚାଳନା ମୁଖ୍ୟ ବିରୁପାକ୍ଷ ସାମନ୍ତରାୟ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ବହୁମୁଖୀ ପ୍ରତିଭା, ଜୀବନୀ, ବାଣୀ, ନୀତି ଓ ଆଦର୍ଶ ଉପରେ ଆଲୋକପାତ କରିବା ସାଙ୍ଗକୁ ସ୍ୱାମୀ ବିବେକାନନ୍ଦ ଯୁବ ପ୍ରେରଣାର ଉତ୍ସ ଓ ଭାରତବର୍ଷର ଅଦ୍ୱିତୀୟ ଯୁବଶକ୍ତିର ପ୍ରତୀକ ଓ ଯୁବ ସମାଜର ଆଦର୍ଶ ଥିଲେ ବୋଲି ପ୍ରକାଶ କରି ଯୁବସମାଜ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ଏବଂ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତାମାନେ ମହାନ୍‍ ଦାର୍ଶନିକ ତଥା ବିଶିଷ୍ଠ ଭାରତୀୟ ସନ୍ୟାସୀ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୁତ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । କଇଁଫୁଲିଆ ଛକ ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଅନୁଷ୍ଠିତ ହୋଇଥିବା ସ୍ୱାମୀ ବିବେକାନନ୍ଦଙ୍କ ତିରୋଧାନ ତଥା ମହାପ୍ରୟାଣ ଦିବସ ପାଳନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଗୁରୁଜୀ ସନ୍ତୋଷ କୁମାର ସିୟ, ଜୟରାମ ଦାଶ, ଦଣ୍ଡପାଣି ସାହୁ, ରାଜେନ୍ଦ୍ର ପାଣିଗ୍ରାହୀ, ବିଷ୍ଣୁପ୍ରିୟା ରାଉତ, ରୁନୁଲତା ସ୍ୱାଇଁ, ଜୟଶ୍ରୀ ଦୋରା, ଏ.ରେଣୁ ଆଚାରୀ, ବବିତା ଗୌଡ, ରୂପଶ୍ରୀ ମହାରଣା, ଦୀପିକା ନାହାକ, ସ୍ମିତାଞ୍ଜଳୀ ଦାଶ, ବିଜ୍ଞାନୀ ଦାଶ, ସ୍ନେହା ବେହେରା, ସ୍ୱପ୍ନାରାଣୀ ନାହାକ, ମୂର୍ତ୍ତିମୟୀ ବେହେରା, ଶ୍ରାବଣୀ ଦାଶ, ଲକ୍ଷହୀରା ନାୟକ, ସେବିକା ଝିଲି ଦାଶ ଓ ମମତା ରଣା ଏବଂ ଭାଗ୍ୟଲତା ସାହୁଙ୍କ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ