ମାଧ୍ୟମ ଫାଉଣ୍ଡେସନ ପକ୍ଷରୁ ସମବାୟ ସମ୍ପଦ ଗୃହ ଉଦଘାଟିତ
ରାଇକିଆ,(ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କାଲୁମାହା ଠାରେ ମାଧ୍ୟମ ଫାଉଣ୍ଡେସନର ଦ୍ବାରା ଆୟୋଜିତ ଏବଂ ଏଡ଼ବ୍ଲୁଓ ଇଣ୍ଟରନେସନାଲ ସହାୟତାରେ ହୋଇଥିବା ସମବାୟ ସମ୍ପଦ କେନ୍ଦ୍ର ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମବାୟ ସମ୍ପଦ ଗୃହ କୁ ବ୍ଲକ୍ ର ୧୩୫ ଗୋଟି ଉତ୍ପାଦକ ଗୋଷ୍ଠି ମାର୍କେଟିଙ୍ଗ ଏବଂ ଗୋଦାମ ଗୃହ ଭାବେ ବ୍ୟବହାର କରି ଉପକୃତ ହୋଇଟ ପାରିବେ । ଏଥି ସହ ବାର୍ଷିକ ସାଧାରଣ ପରିଷଦ ସଭା ମାଧ୍ୟମ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁବ୍ରତ କୁମାର ସିଂ ଦେଓ , ଫୁଲବାଣୀଙ୍କ ଜିଲ୍ଲା ସମବାୟ ନିବନ୍ଧକ ସନ୍ତୋଷ କୁମାର ଦାସ , ବାଲିଗୁଡ଼ାଙ୍କ ସହକାରୀ ସମବାୟ ନିବନ୍ଧକ ସୁକାନ୍ତ କୁମାର ପାଢି , ରାଇକିଆ ବ୍ଲକ କୃଷି ଅଧିକାରୀ ସଚିନ୍ଦ୍ର ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ । , ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ମାନେ ମଧ୍ୟ ଉପସ୍ଥିତି ଥିଲେ । ସମବାୟ ପରିଚାଳନା ପରିଷଦର ସଦସ୍ୟ ବୃନ୍ଦ, ଉତ୍ପାଦକ ଗୋଷ୍ଠୀ ଏବଂ ନିମନ୍ତ୍ରିତ ଅତିଥି ଓ ସଦସ୍ୟ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜଲନ୍ଧର ପରିଡ଼ା, ସୌଭାଗ କୁମାର ମିଶ୍ର, ସଞ୍ଜୀବ ଖଣ୍ଡଗିରି, ସତ୍ୟଜିତ ରାୟ, ବିଷ୍ଣୁ ଚରଣ ସାହୁ ,ନମିତା ପ୍ରଧାନ ସହଯୋଗ କରିଥିଲେ। ପଦ୍ମିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


