ମାଧ୍ୟମ ଫାଉଣ୍ଡେସନ ପକ୍ଷରୁ ସମବାୟ ସମ୍ପଦ ଗୃହ ଉଦଘାଟିତ

ରାଇକିଆ,(ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କାଲୁମାହା ଠାରେ ମାଧ୍ୟମ ଫାଉଣ୍ଡେସନର ଦ୍ବାରା ଆୟୋଜିତ ଏବଂ ଏଡ଼ବ୍ଲୁଓ  ଇଣ୍ଟରନେସନାଲ ସହାୟତାରେ   ହୋଇଥିବା ସମବାୟ ସମ୍ପଦ କେନ୍ଦ୍ର  ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି  ସମବାୟ ସମ୍ପଦ ଗୃହ କୁ ବ୍ଲକ୍ ର ୧୩୫ ଗୋଟି ଉତ୍ପାଦକ ଗୋଷ୍ଠି ମାର୍କେଟିଙ୍ଗ ଏବଂ ଗୋଦାମ ଗୃହ ଭାବେ ବ୍ୟବହାର କରି ଉପକୃତ ହୋଇଟ ପାରିବେ । ଏଥି ସହ  ବାର୍ଷିକ ସାଧାରଣ ପରିଷଦ  ସଭା ମାଧ୍ୟମ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ  ସୁବ୍ରତ କୁମାର ସିଂ ଦେଓ , ଫୁଲବାଣୀଙ୍କ ଜିଲ୍ଲା ସମବାୟ ନିବନ୍ଧକ ସନ୍ତୋଷ କୁମାର ଦାସ , ବାଲିଗୁଡ଼ାଙ୍କ ସହକାରୀ ସମବାୟ ନିବନ୍ଧକ ସୁକାନ୍ତ କୁମାର ପାଢି , ରାଇକିଆ ବ୍ଲକ କୃଷି ଅଧିକାରୀ ସଚିନ୍ଦ୍ର ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ । , ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ମାନେ ମଧ୍ୟ ଉପସ୍ଥିତି ଥିଲେ । ସମବାୟ ପରିଚାଳନା ପରିଷଦର ସଦସ୍ୟ ବୃନ୍ଦ, ଉତ୍ପାଦକ ଗୋଷ୍ଠୀ  ଏବଂ ନିମନ୍ତ୍ରିତ  ଅତିଥି ଓ ସଦସ୍ୟ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ  ଜଲନ୍ଧର ପରିଡ଼ା,  ସୌଭାଗ କୁମାର ମିଶ୍ର,  ସଞ୍ଜୀବ ଖଣ୍ଡଗିରି,  ସତ୍ୟଜିତ ରାୟ,  ବିଷ୍ଣୁ ଚରଣ ସାହୁ ,ନମିତା ପ୍ରଧାନ ସହଯୋଗ କରିଥିଲେ। ପଦ୍ମିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ