ରେଳ ଷ୍ଟେସନରୁ ନାବାଳକ ଚାଲାଣ ବେଳେ ଧରିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ
ଛତ୍ରପୁର (ଓ୍ବାଇଏନଏସ) : ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ। ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନ ରୁ ୪ ଜଣ ନାବାଳକ ଙ୍କୁ ସୁରଥ ଚାଲାଣ ବେଳେ ଚଢ଼ାଉ କରିଥିଲା ପ୍ରଶାସନ । ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଛତ୍ରପୁର ଜିଲ୍ଲା ଶ୍ରମ ବିଭାଗ, ଆରପିଏଫ ପୋଲିସ ଓ ଛତ୍ରପୁର ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ୪ ଜଣ ନାବାଳକ ଙ୍କୁ ଧରିଛନ୍ତି l ଛତ୍ରପୁର ଓ ପୁରୁଷୋତ୍ତମପୁର ଅଞ୍ଚଳର ୪ ଜଣଙ୍କୁ ଧରି ଏକ କାର ଯୋଗେ ଛତ୍ରପୁର ରେଳ ଷ୍ଟେସନରେ ପହଞ୍ଚି ସୁରଥ କୁ କାମ କରିବାକୁ ନେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ଶ୍ରମ ବିଭାଗ ଚଢ଼ାଉ କରାଯାଉଥିବା ଜଣା ପଡିଛି ।ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖାଯାଇଛି । ନାବାଳକ ମାନଙ୍କୁ ଶିଶୁ ମଙ୍ଗଳ ସମିତି କୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ସୂଚନା ଦେଇଛନ୍ତି । ଏହି ଚଢ଼ାଉ ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ଛତ୍ରପୁର ଶ୍ରମ କାର୍ଯ୍ୟାଳୟ ର ଏଡ଼ିଏଲଓ ସୋମନାଥ ପାତ୍ର ଏବଂ ଛତ୍ରପୁର ଥାନା ପୋଲିସ କର୍ମଚାରୀ ମନେ ଉପସ୍ଥିତ ଥିଲେ । ଅନ୍ୟପଟେ ସେମାନେ ଆଣିଥିବା କାରକୁ ଜବତ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।


