ଜାତୀୟ ମତ୍ସ୍ୟ ଚାଷୀ ଦିବସ–୨୦୨୬

ଛତ୍ରପୁର,(ଓ୍ବାଇଏନଏସ):  ଜାତୀୟ ମତ୍ସ୍ୟ ଚାଷୀ ଦିବସ–୨୦୨୬ ଅବସରରେ ଆଜି ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଠାରେ ଏକ ସଚେତନତା ଓ ମତ୍ସ୍ୟଚାଷୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫୦ରୁ ଅଧିକ ମତ୍ସ୍ୟଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ସଦସ୍ୟା ଏବଂ ମତ୍ସ୍ୟ ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ    ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ    ଡ଼ଃ ଅଞ୍ଜନ କୁମାର ଦାଶ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟଚାଷରେ ଆଧୁନିକ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ, ପୌଷ୍ଟିକ ସୁରକ୍ଷା, ରୋଜଗାର ସୃଷ୍ଟି ଏବଂ ଗ୍ରାମୀଣ ଅର୍ଥନୀତିରେ ମତ୍ସ୍ୟ କ୍ଷେତ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୁଗ୍ମ ନିର୍ଦ୍ଦେଶକ, ମତ୍ସ୍ୟ ନିର୍ଦ୍ଦେଶାଳୟ ସୁରେଶ ଚନ୍ଦ୍ର ବେହେରା,  କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ସିଦ୍ଧାର୍ଥ ଶଙ୍କର ଦାସ, ନାବାର୍ଡ ରଜିଲ୍ଲା ବିକାଶ ପ୍ରବନ୍ଧକ   ସଞ୍ଜୀବ ମିଶ୍ର, ଏଲଡିଏମ ହିମାଞ୍ଚଳ ସାହୁ,    ଜଳ ବିଭାଜିକା, ଗଞ୍ଜାମ ର  ପ୍ରକଳ୍ପ ନିର୍ଦ୍ଦେଶକ   ପ୍ରଦୀପ କୁମାର ପଟ୍ଟନାୟକ  ଏବଂ     ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ), ଗଞ୍ଜାମର  ଦେବୀଦତ୍ତ ମହାନ୍ତି  ଯୋଗଦେଇ ମତ୍ସ୍ୟ କ୍ଷେତ୍ରର ବିକାଶ, ବୈଜ୍ଞାନିକ ମତ୍ସ୍ୟଚାଷ ଓ ଚାଷୀଙ୍କ ଆୟ ବୃଦ୍ଧି ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଭାରତରେ ହାଇପୋଫାଇଜେସନ୍  ଓ  କାର୍ପ ମାଛର କୁତ୍ରିମ ପ୍ରଜନନ ର ଇତିହାସ ଉପରେ ଏକ ବିଶେଷ ଉପସ୍ଥାପନା କରାଯାଇଥିଲା। ଏଥିରେ ବି. ଏ. ହାଉସେ, ରୋଡୋଲ୍ଫୋ ଭନ୍ ଇହେରିଙ୍ଗ, ହାମିଦ ଖାନ, ଡ଼ଃ ଏଚ୍. ଏଲ୍. ଚୌଧୁରୀ ଓ ଡ଼ଃ କେ. ଏଚ୍. ଆଲିକୁନ୍ହିଙ୍କ ଐତିହାସିକ ଅବଦାନ ସହ ଆଧୁନିକ ସିନ୍ଥେଟିକ୍ ହରମୋନ ଏବଂ ବୈଜ୍ଞାନିକ ହ୍ୟାଚେରୀ ପ୍ରଯୁକ୍ତି ମାଛ ଯାଆଁଳ ଉତ୍ପାଦନରେ ଆଣିଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ    ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାରତ ଭୂଷଣ ସାହୁଙ୍କ  ନେତୃତ୍ୱରେ ଆୟୋଜନ କରାଯାଇଥିଲା। ସେ ମତ୍ସ୍ୟଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଇତ୍ୟାଦି ଜରିଆରେ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ କରି ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ମତ୍ସ୍ୟ ବିଭାଗର ଅଧିକାରୀ ଏଵଂ କର୍ମଚାରୀ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ