ବିସ୍ଥାପିତ ନୀତିକୁ ତୁରନ୍ତ କାର୍ଯ୍ୟକାରି କରିବା ନିମନ୍ତେ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ପକ୍ଷରୁ ଦାବୀ

ଛତ୍ରପୁର (ଓ୍ବାଇଏନଏସ): ବିସ୍ଥାପିତ ନୀତି କୁ ତୁରନ୍ତ କାର୍ଯ୍ୟକାରୀ କରିବା, ଏଥିପାଇଁ ଚିନ୍ହଟ ଜାଗା ରେ ଘର ନିର୍ମାଣ ସହ ପୁର୍ନବାସ ବ୍ୟବସ୍ଥା କରିବା ସହିତ ୨୦୧୮ ମସିହାରେ ବ୍ରହ୍ମପୁର ସ୍ଥିତ ଆର.ଡି.ସି ଙ୍କ କାର୍ଯ୍ୟାଳୟରେ ହୋଇଥିବା ଆର.ପି.ଡି.ଏ.ସି ବୈଠକରେ ଗୃହିତ ନିଷ୍ପତି ଗୁଡିକୁ କାର୍ଯ୍ୟକାରୀ କରିବା ଦାବି ନେଇ ବୁଧବାର ସାନଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ପକ୍ଷରୁ ଗଂଜାମ  ଜିଲାପ୍ରଶାସନ ଦ୍ୱାରସ୍ତ  ହୋଇଛନ୍ତି । ଏହା ସହିତ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ଏକ ଲିଖିତ ଦାବୀ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଙ୍କୁ ଭେଟି ପ୍ରଦାନ କରିଛନ୍ତି   l ଆଇ ଆର ଇ ଏଲ କମ୍ପାନୀ ପ୍ରାୟ ୮ ବର୍ଷ ଧରି ଡ୍ରେଜିଙ୍ଗ କରୁଥିଲେ ମଧ୍ୟ ବିସ୍ଥାପିତ ନୀତି କୁ କାର୍ଯ୍ୟକାରୀ କରିଲା ନାହିଁ l  ଖାଲି ମିଳିଲା ପ୍ରତିଶୃତି  ଉପରେ ପ୍ରତିଶୃତି l ୨୦୧୮ ବର୍ଷ ରେ ସମସ୍ତ ଗୃହିତ ନିଷ୍ପତ୍ତି କୁ    ତାହା କାର୍ଯ୍ୟକାରୀ କରାଯାଉନାହିଁ । ଏହାକୁ ନେଇ   ସାନଆର୍ଯ୍ୟାପଲ୍ଲୀ ଗ୍ରାମବାସି ଅସନ୍ତୋଷ ପ୍ରକାଶ କରିବା ସହିତ କମ୍ପାନୀ ଏବଂ ଜିଲ୍ଲାପ୍ରଶାସନ ବିରୋଧ ରେ ଆନ୍ଦୋଳନ ନିମନ୍ତେ ସଜବାଜ ହେଉଛନ୍ତି । ସେମାନେ କହିବା ମୁତାବକ ଗୋଟେ  ପଟେ ସମୁଦ୍ର କୂଳ ଖାଇବା ଯୋଗୁଁ ମତ୍ସ୍ୟଜୀବି ମାନେ ଭୟଭିତ ଅବସ୍ଥା ରହୁଥିବା ବେଳେ  ଅନ୍ୟ ପଟେ ଆଇଆରଇଏଲ କମ୍ପାନି   ଗ୍ରାମବାସିଙ୍କୁ ମିଥ୍ୟା ପ୍ରତିଶୃତି ଦେଇ  ଡ୍ରେଜିଙ୍ଗ କାମ କରିବାରେ ଲାଗିପଡିଛନ୍ତି । ଯାହା ଫଳରେ ମତ୍ସ୍ୟଜିବୀ ମାନେ ନାହିଁ ନଥିବାର ଅସୁବିଧାର  ସମ୍ମୁଖିନ ହେଉଛନ୍ତି । ଏଣୁ ଆଇଆରଇଏଲ ଓ ଜିଲାପ୍ରଶାସନ ପକ୍ଷରୁ  ଗ୍ରାମବାସି ମାନଙ୍କୁ୍ ଜୀବନରେ ସୁୁରକ୍ଷା ସୁନିଶ୍ଚିତ କରିବା , ବିସ୍ଥାପିତ ନିତୀ ସହିତ ୨୦୨୬ – ୨୭ ଜନଗଣନା ଅନୁସାରେ ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ଦାବି କରିଛନ୍ତି । ସେହିପରି ଗୋପାଳପୁର ବନ୍ଦରର ଖାମଖିଆଲି ନୀତି ଏବଂ ଅବହେଳା ଯୋଗୁୁଁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି । ଏହାର ସ୍ଥାୟୀ ପ୍ରତିକାର କରିବା ନିମନ୍ତେ  ଗ୍ରାମବାସି ମାନେ ଦାବି କରିଛନ୍ତି । ସେମାନଙ୍କ ଦାବି ଗୁଡିକ ଯଥା ଶୀଘ୍ର ପୂରଣ ନହେଲେ ଆଇଆରଇଏଲ ର ମୁଖ୍ୟ ଫାଟକ ଏବଂ ଗଂଜାମ ଜିଲ୍ଲାପାଳ ଙ୍କ କାର୍ଯାଳୟ ସମ୍ମୁଖରେ ବଡ଼ ଧରଣ ର ଆନ୍ଦୋଳନ କରାଯିବ ବୋଲି ଗ୍ରାମ କମିଟି ପକ୍ଷରୁ କଡା ଚେତାବନୀ ଦିଆଯାଇଛି ।ଏହି ଦାବୀ ପତ୍ର ପ୍ରଦାନ ବେଳେ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ବି. ସୀମା,ଗଞ୍ଜାମ ଜିଲ୍ଲା ମତ୍ସ୍ୟଜୀବି ନେତା ତଥା ସାଧାରଣ ସମ୍ପାଦକ ବି. ଭୀମସେନ, ଉପସଭାପତି ପି. ଗୁ୍ରେୟା, ପୂର୍ବତନ ସାଧାରଣ ସମ୍ପାଦକ ଏମ. ଦିଲ୍ଲୀପ, କେ. ଦାଶରଥୀ, ଜି ସନ୍ୟାସୀ, ମାସିଆନୁ ଓ ଏଲ. ଏରେୟା ଙ୍କ ସମେତ ବହୁ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ