ଯୁବଗୋଷ୍ଠୀଙ୍କ ସହଯୋଗରେ ଠକଙ୍କୁ କାବୁ କଲା ପୋଲିସ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ‌‌‌ ଅନ୍ତର୍ଗତ କଅଁଳେଇବାଲିପାଳ ଗ୍ରାମ ପଞ୍ଚାୟତର ଛତ୍ରାଘାଟି ଠାରେ ୩ ଦିନ ଧରି ଏ ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନଙ୍କୁ ଅଟକାଇ ବିଭିନ୍ନ ଅସୁବିଧାର  ଆଳ ଦେଖାଇ ଗାଡ଼ିରେ ତେଲ ନାହିଁ, ଘରକୁ ଗଲେ ଫେରେଇ ଦେବାର ବାହାନା କରି ରାସ୍ତା ରେ ଯାତାୟତ କରୁଥିବା ଯାତ୍ରୀଙ୍କ ଠାରୁ ୨୦୦/୫୦୦ ଟଙ୍କା ଠକେଇ  ନେଉଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଆଗାମୀ ଦିନରେ ବଡ ଧରଣର ଅଘଟଣର ରୂପ ନେବାର ଆଶଙ୍କା ଥିବାରୁ   ବଉଳା ପାଣ୍ଡି ସହିତ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ । ଅଞ୍ଚଳ ବାସୀଙ୍କ ଅଭିଯୋଗକୁ ଆଧାର କରି ଆଜି ସକାଳେ ପୋଲିସ ସେ ଅଞ୍ଚଳରେ ପେର୍ଟୋଲିଂ କରୁଥିବା ବେଳେ ପୋଲିସ୍ ଦୁଇଜଣ ଠକଙ୍କୁ ଠାବ କରିବାରେ ସଫଳ ହୋଇଛନ୍ତି। ଠକ ଦୁହେଁ ଓଏମସି ଅଞ୍ଚଳର ଅରବିନ୍ଦ ସାହୁ ଓ ମଙ୍ଗଲ ହୋ  । ଅଭିଯୁକ୍ତଙ୍କୁ ଧରିବାରେ କେ.ବାଲିପାଳ ଗ୍ରାମ ପଞ୍ଚାୟତର ମୟୁରନଚା, ଭଅଁରା ଓ ରାଇଘାଟି ଗ୍ରାମର ଯୁବଗୋଷ୍ଠୀ ପୋଲିସକୁ ସହଯୋଗ କରିଥିଲେ। କେ.ବାଲିପାଳ ଗ୍ରାମ ପଞ୍ଚାୟତ ବନ ପାହାଡ ଘେରା ଆଦିବାସୀ ବହୁଳ ଶାନ୍ତି ପ୍ରିୟ ପଞ୍ଚାୟତ ହୋଇଥିବାରୁ ଏଠାରେ କୌଣସି ବ୍ୟକ୍ତିଙ୍କୁ ଯାତାୟାତରେ ହଇରାଣ ହରକତ୍ ନ ହେବେ ଯେପରି ସେଥିପ୍ରତି ଦୃଷ୍ଟି ଦେବାକୁ ବଉଳା ଗଙ୍ଗାଧର ସେନାପତି,ଦୟାମୟ ପ୍ରଧାନ, ପ୍ରଫୁଲ୍ଲ ହୋ, ରାମଚନ୍ଦ୍ର ଟୁଡୁ, ଅକ୍ଷୟ ପ୍ରଧାନ, ମଙ୍ଗଳୁ ସିମିନିକିଆ,ମାଥିଉ ମୁର୍ମୁ,ସୋନିଆ ସିମିନିକିଆ,ପ୍ରଭା ବେହେରା,ପାରାନ୍ ପିଙ୍ଗୁଆ, ମନମୋହନ ହୋ,ରତନ ବେହେରା, ଚରଣ ସୋରେନ୍,ପାଣ୍ଡୁ ହୋ ପ୍ରମୁଖ ବଉଳା ଫାଣ୍ଡିକୁ ଆସି ଲିଖିତ ଅଭିଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ