ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଦୁଇ ଗିରଫ
ହାଟଡିହି(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଜମ୍ଭରା ଗ୍ରାମରେ ଜମିବାଡ଼ିକୁ ନେଇ ଦୁଇ ପରିବାର ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣାରେ ପୋଲିସ ଦୁଇ ଜଣକୁ ଗିରଫ କରିଛି l ସୂଚନା ଯୋଗ୍ୟ,ଉଭୟଙ୍କ ତରଫରୁ ଅଭିଯୋଗ ହେବା ପରେ ଥାନାରେ ଦୁଇଟି ମାମଲା ପଞ୍ଜିକରଣ ହୋଇଥିଲା l ସଂଘର୍ଷରେ ୩ ଜଣ ଆହତ ହୋଇଥିଲେ l ଏହି ଘଟଣାରେ ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଚଢ଼ାଉ କରି ଗିରଫ କରିଛି l ଅନିଲ କୁମାର ବେହେରାଙ୍କ ଅଭିଯୋଗ ଅନୁସାରେ ମାମଲା ନଂ ୧୩୯/୨୦୨୬ ରେ ପୋଲିସ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଦୋଳ ଗୋବିନ୍ଦ ବାରିକ ଏବଂ କାଳନ୍ଦୀ ବାରିକକୁ ଗିରଫ କରି ଅଦାଲତ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରିଣୀ ବିନିତା ଲାକ୍ରା କହିଛନ୍ତି l ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଉଦ୍ୟମ କରାଯାଉଥିବା ସେ ପ୍ରକାଶ କରିଛନ୍ତି l


