ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ଗାଙ୍ଗପୁର ଥାନା ଅର୍ନ୍ତଗତ ମୁନିଗାଡି ଗ୍ରାମ ପଞ୍ଚାୟତ ବନ୍ଥପଲି ଗ୍ରାମରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି, ଏଥିରେ ଗ୍ରାମବାସୀ ତରଫରୁ ଶୃଂଖଳାର ସହିତ ପହଣ୍ଡି ବିଜେ ନିତି ସମ୍ପନ୍ନ ହୋଇଥିଲା, ରାଜା ମନ୍ମଥ ରଣସିଂହ ସାମନ୍ତଙ୍କ ଦ୍ଵାରା ଛେରା ପ୍ରହରା କାର୍ଯକ୍ରମ ସମ୍ପନ୍ନ ହୋଇଥିଲା, ନିକଟସ୍ଥ ଗ୍ରାମ କେଶରପଳି, ମୁନିଗାଡି, କେନ୍ଦୁ ପଦର୍, ଚାଟୁଲା, ଖୁକୁଣ୍ଡିଆ, ସିଙ୍ଗିପୁର, ବନ୍ଥପଳି ଗ୍ରାମ ବାସୀଙ୍କ ରଥ ଟାଣିବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିଲା, ପୋଲିସ ସହାୟତାରେ ଗ୍ରାମର ମନ୍ଦିର କମିଟି ଦ୍ବାରା ଶୃଙ୍ଖଳାର ସହିତ କାର୍ଯକ୍ରମ ସମ୍ପନ୍ନ ହୋଇଥିଲା, ପୂଜା କମିଟି ଓ ପୂଜକ ମାନଙ୍କ ସହାୟତାରେ ରଥ ଉପରେ ଭୋଗ ଅର୍ପଣ କରି ପୁଷ୍ପାଞ୍ଜଳି କରାଯାଉଥିଲା, ସହକାରୀ ଗୋଷ୍ଟି ଶିକ୍ଷାଧିକାରୀ ରାଜ କିଶୋର ମହାନ୍ତି, ଗ୍ରାମ୍ୟ ସଭାପତି ଶରତ ଚନ୍ଦ୍ର ମହାନ୍ତୁ, ବଜେନ୍ଦ୍ର ପାଢ଼ୀ, ପ୍ରଫୁଲ୍ଲ କୁମାର ସାବତ, କୃଷ୍ଣ ଚନ୍ଦ୍ର ମାହାନ୍ତି, ରାଜ କିଶୋର ଗୌଡ଼, ବାଳକୃଷ୍ଣ ସାବତ, ବାଜିରାମ ବେହେରା, ରାଧା ମୋହନ ଗୌଡ଼, ଦେବରାଜ ରଣା, ରଞ୍ଜନ ବେହେରା, ଭଗବାନ ଗୌଡ଼, ବିପ୍ର ଗୌଡ଼, କବିରାଜ ଗୌଡ଼,କାମ ରାଜୁ ଗୌଡ଼, ଦିବାକର ଗୌଡ଼, ବିରୋଜ ସାବତ ପ୍ରମୁଖଙ୍କ ଦ୍ଵାରା ଯାତ୍ରା ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା, ମାଉସୀମା ମନ୍ଦିରରେ ଏତିକି ଦିନ ରହୀ ପୂଜା ପାଇବେ ତାପରେ ବାହୁଡା଼ ଯାତ୍ରା ମଧ୍ଯ କରାଯିବ ପାଇଁ ଆୟୋଜନ ହୋଇଛି।


