ଅବିରତ ବର୍ଷା ଯୋଗୁଁ ଆଠଗଡ଼ ଉପଖଣ୍ଡର ସମସ୍ତ ବିଦ୍ୟାଳୟ ବନ୍ଦ

କଟକ,(ଓ୍ବାଇଏନଏସ): ଆଠଗଡ଼ ଉପଖଣ୍ଡରେ ଲଗାତାର ବର୍ଷା ଏବଂ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଜନସାଧାରଣଙ୍କ ସୁରକ୍ଷା ଓ ବିଶେଷକରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା–୩୪ ଅନୁଯାୟୀ ଆଠଗଡ଼ ଉପଖଣ୍ଡ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ୧୭ ଓ ୧୮ ଜୁଲାଇରେ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବା ନିମନ୍ତେ ସମ୍ପୃକ୍ତ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ