ତୁଳସୀକ୍ଷେତ୍ର ରଥଯାତ୍ରାରେ କଂଗ୍ରେସ ସେବାଦଳର ସେବା ଶିବିର

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ପ୍ରସିଦ୍ଧ ତୁଳସୀ କ୍ଷେତ୍ର ଶ୍ରୀବଳଦେବଜୀଉଙ୍କ ରଥ ଯାତ୍ରାରେ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଜିଲ୍ଲା କଂଗ୍ରେସ ସେବାଦଳର ଦୁଇ ଦିନିଆ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ ଶୁଭାରମ୍ଭ କରିଥିଲେ। ଜିଲ୍ଲାର ସମସ୍ତ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହି ତୁଷାର୍ତ୍ତ ମାନଙ୍କୁ ପାଣି ଏବଂ ଓଆରଏସ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ। ସେହିପରି ଦ୍ୱିତୀୟ ଦିନରେ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଲୋକମାନଙ୍କୁ ପାଣି ବୋତଲ, ଓଆରଏସ, ଦହିପାଣି, ବିସ୍କୁଟ ପ୍ରଭୃତି ବଣ୍ଟନ କରିଥିଲେ। ଏହି କାର୍ଯ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ନିରଞ୍ଜନ ନାୟକ, ପୂର୍ବତନ ନରପାଳ ମହମ୍ମଦ ଆକବର ଅଲ୍ଲୀ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ଜୟଦେବ ପରିଡ଼ା, ସନ୍ତୋଷ ବେହେରା, ପ୍ରଦୀପ ପ୍ରଧାନ, ଭାଗିରଥୀ ଜେନା,ନଗର କଂଗ୍ରେସ ସଭାପତି ଦିଲୀପ ପ୍ରଧାନ, ମଳୟ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବରିଷ୍ଠ କଂଗ୍ରେସ ନେତା ହଳଧର ସେଠୀ ଓ ସେବାଦଳର କାର୍ଯ୍ୟକର୍ତ୍ତା କାଳନ୍ଦୀ ଚରଣ ସାହୁ ସମ୍ପାଦନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ