ଧାମନଗର ସରିଫର ନୂତନ ଟ୍ରଷ୍ଟ ଗଠିତ
ଧାମନଗର (ଓ୍ବାଇଏନଏସ): ଧାମନଗର ଖାନଙ୍କା ହବିବିୟାର ନୂତନ ଟ୍ରଷ୍ଟ ଗଠିତ ହୋଇଯାଇଛି। ଯାହାର ସରକାରୀ ଭାବେ ଶ୍ରୀକୃତି ପ୍ରାପ୍ତ ରେଜିଷ୍ଟ୍ରେସନ ନମ୍ବର ୮୩୭/୧୪/୦୭/ ୨୦୨୬ରେ ସ୍ଥାନ ପାଇଛି। ଉକ୍ତ ଟ୍ରଷ୍ଟର ସଭାପତି ଭାବେ ମୌଲାନା ଆଲହାଜ ସୟଦ ଗୋଲାମ ଅହେମ୍ମଦ ହବିବି ମନୋନୀତ ହୋଇଛନ୍ତି। ଉପସଭାପତି ଭାବେ ମହମ୍ମଦ ଅବଦୁଲ ମନ୍ନାନ୍ ହବିବି,ସାଧାରଣ ସମ୍ପାଦକ ଭାବେ ସେକ ମୁକ୍ତାର ଅହେମ୍ମଦ ହବିବି,ସହ-ସମ୍ପାଦକ ସେକ କଲିମୁଦ୍ଦିନ ହବିବି,କୋଷାଧ୍ୟକ୍ଷ ଭାବେ ମହମ୍ମଦ ଇସଲାମୁଦ୍ଦିନ ହବିବି ଶମନୋନୀତ ହୋଇଛନ୍ତି। ଏଥିରେ କାର୍ଯ୍ୟକାରିଣୀ ସଦସ୍ୟ ଏମଡି ଜୈନୁଲ ଆବେଦିନ,ସେଖ ଇବ୍ରାହିମ,ମୀର ନୁରୁଲ ଇସଲାମ,ଆୟିମତ ଖାନ,ସେଖ ହଲିମ,ସେଖ ନେଜାମୁଦ୍ଦିନ, ମୀର ଖୁରସିଦ,ମୀର ଫାରୁକ ହୋସେନ,ସେଖ ଅଲ୍ଲୀ ମହମ୍ମଦ ପ୍ରମୁଖ ଏହି ଟ୍ରଷ୍ଟରେ ସର୍ଵ ସହମତିରେ ମନୋନୀତ ହୋଇଛନ୍ତି। ଏହି ଟ୍ରଷ୍ଟ ଘୋଷଣା ପରେ ଧାମନଗର ଅଞ୍ଚଳର ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଲ ଏବଂ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ନବନିର୍ବାଚିତ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି। ତେବେ ନୂତନ କମିଟି ଖାନକା-ଏ-ହବିବିଆର ଐତିହ୍ୟ ଓ ପରମ୍ପରାକୁ ଅଖୁର୍ଣ୍ଣ ରଖିବା ସହ ଦାରୁଲ ଉଲୁମ ଶିକ୍ଷାର ଉନ୍ନତି,ବାର୍ଷିକ ଉର୍ସ ମହୋତ୍ସବର ସଫଳ ରୂପାୟନ,ଖାନକାର ଭିତ୍ତିଭୂମିର ବିକାଶ, ରକ୍ଷଣାବେକ୍ଷଣ ଏବଂ ସମସ୍ତ ଧାର୍ମିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ସ୍ୱଚ୍ଛ ଓ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ସଂକଳ୍ପବଦ୍ଧ ବୋଲି ସଭାପତି ସୟଦ ଗୋଲାମ ଅହେମ୍ମଦ ମତପ୍ରକାଶ କରିଛନ୍ତି।


