ଗୋଦାମ ଗୃହରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଛତ୍ରପୁର, (ଓ୍ବାଇଏନଏସ) : ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକ ନିକଟ ଗୋଦାମଗୃହରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି l ଶ୍ରୀ କ୍ରିଷ୍ଣା ଏଣ୍ଟ୍ରପ୍ରାଇଜ ନାମକ ସଂସ୍ଥା  ଗୋଦାମ ଗୃହରେ ହଠାତ ନିଆଁ ଲାଗି ଯିବା ଦେଖିବାକୁ ପାଇ ସ୍ଥାନୀୟ ବାସିନ୍ଦା ମାନେ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ l ଘଟଣାର ଖବର ପାଇ ଛତ୍ରପୁର ଓ ବ୍ରହ୍ମପୁର ଅଗ୍ନିଶ୍ରମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ l ସୂଚନା ପ୍ରକାରେ ପ୍ରତିଦିନ ପରି ଆଜି ବି ଗୋଦାମ ଖୋଲାଯାଇ କାର୍ଯ୍ୟ ଚାଲିଥିଲା l କର୍ମଚାରୀ ମାନେ ଗୋଦାମ ବନ୍ଦ କରି ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିବା ବେଳେ ହଠାତ ଗୋଦାମ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ l ଗୋଦାମ ମାଲିକ ଆସି ସାଙ୍ଗେ ସାଙ୍ଗେ ଗୋଦାମ ଭିତରୁ ସାମଗ୍ରୀ ବାହାର କରିବା ପାଇଁ ଚେଷ୍ଟା କରିଥିଲେ l କିନ୍ତୁ ତାହା ସମ୍ଭବ ହୋଇପାରିନଥିଲା l ଅଗ୍ନିଶ୍ରମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି l ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଠ ରହିଛି l ଉକ୍ତ ଗୋଦାମ ଗୃହ ରେ କୁରକୁରି, ଆଚାର, ଘିଅ, ସସ ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ରହିଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ