ବରିଷ୍ଠ ନାଗରିକଙ୍କୁ ପୋଲିସର ନିର୍ଯାତନା ଅଭିଯୋଗ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଜଣେ ବରିଷ୍ଠରିକଙ୍କୁ ପୋଲିସ ନିର୍ଯ୍ୟାତନା ଦେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅଧିନ ଦଶିପୁର ଗ୍ରାମର ବିବେକାନନ୍ଦ ଦାଶ ଅଭିଯୋଗ କରିଛନ୍ତି ଯେ ରାଜକନିକା ଥାନାର ଫଇସଲା କ୍ରମେ ଗ୍ରାମର ଶ୍ରୀଚୈତନ୍ୟ ମହାପ୍ରଭୁ, ଦଶିପୁର ମାର୍ଫତ ବିବେକାନନ୍ଦ ଦାଶ ଓଗେରଙ୍କ ନାମରେ ସେହି ମୈାଜାର ଥିବା ଖାତା ନମ୍ବର- ୫୦୭, ପ୍ଲଟ ନମ୍ବର -୧୨୧୨, ଏରିଆ ଏ୦.୦୭ ଡିସିମିଲ ଜମିର ସୀମା ନିର୍ଦ୍ଧାରଣ ଆଳି ତହସିଲ ପକ୍ଷରୁ କରାଯାଇ ଉକ୍ତ ଜମିର ସୀମା ନିର୍ଦ୍ଧାରଣ କରାଯାଇ ଚିହ୍ନ ଦିଆଯାଇଥିଲା। ଏହାପରେ ଆଳି ତହସିଲରୁ ସୀମା ନିର୍ଦ୍ଧାରଣ ରିପୋର୍ଟର ସହିମୋହର ନକଲ ମଧ୍ୟ ବିବେକାନନ୍ଦଙ୍କୁ ପ୍ରଦାନ କରାଗଲା।କିନ୍ତୁ ସେହି ଚିହ୍ନକୁ ଏକ ସ୍ଥାନୀୟ ଲୋକ ବିନା କାରଣରେ ଉପାଡିଦେଇ ମନ୍ଦିର ନିର୍ମାଣରେ ଅନ୍ତରାୟ ସୃଷ୍ଟି କରିଲେ। ସେହି ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ସଂଗୀନ ମାମଲା ପୂବର୍ବରୁ ରହିଛି।ଏସମ୍ପର୍କରେ ବିବେକାନନ୍ଦ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରୁ ପୋଲିସ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରି ଫେରିଲେ। ଘଟଣାର ସତ୍ୟତା ଥିବା ପୋଲିସ ଉପଲବ୍ଧି କରିଲା। କିନ୍ତୁ ରାଜକନିକା ଥାନା ପୋଲିସର ଅସହଯୋଗ ଏବଂ ଅପରପକ୍ଷଙ୍କୁ ସହଯୋଗ କରିବା ହେତୁ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ହୋଇପାରୁନଥିବା ବିବେକାନନ୍ଦ ଅଭିଯୋଗ କରିଛନ୍ତି। ସେ ଥାନାକୁ ବାରମ୍ବାର ଦୈାଡି ଦୈାଡି ନିରାଶ ହୋଇଥିଲେବି ପୋଲିସ ତାଙ୍କୁ ଅସହଯୋଗ କରିବା ସହିତ ନିର୍ଯ୍ୟାତନା ଦେଉଛିି। ବିବେକାନନ୍ଦ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ତାଙ୍କୁ ଜାଣିଶୁଣି ହଇରାଣ ହରକତ କରାଯାଇ ନିର୍ଯ୍ୟାତନା ଦିଆଯାଉଥିବା ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ସେ ଚଳିତମାସ ୭ତାରିଖରେ ଆଳି ବ୍ଲକର ଅଭିଯୋଗ ଶୁଣାଣି ଶିବିରେ ମଧ୍ୟ ଅଭିଯୋଗ କରିଥିଲେ। ପଟ୍ଟାମୁଣ୍ଡାଇ ଏସଡିପିଓ ରାଜକନିକା ଥାନାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। କିନ୍ତୁ ପୋଲିସର ପକ୍ଷପାତିତା ଯୋଗୁଁ ସେ ଅତ୍ୟନ୍ତ ଅସହାୟ ହୋଇପଡିଥିବା କହିଛନ୍ତି। ତେଣୁ ତୁରନ୍ତ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ