ଗଞ୍ଜାମ ଲକ୍ଷ୍ୟ ନିକେତନ ମଡେଲରେ ଏବେ ପଚାଂୟତରେ ଖୋଲିବ ସାଧନା କେନ୍ଦ୍ର: ଜିଲାପାଳ

ଛତ୍ରପୁର (ଓ୍ବାଇଏନଏସ): ଉଚ୍ଚାକାଂକ୍ଷୀ ଯୁବପିଢିଙ୍କ ପ୍ରଶାସନିକ ସେବା ସ୍ୱପ୍ନକୁ ସାକାର କରିବା ପାଇଁ ଗଞ୍ଜାମ ଲକ୍ଷ୍ୟ ନିକେତନ ଗଞ୍ଜାମ ପ୍ରଶାସନର ଯୁଗନ୍ତକାରୀ ପଦକ୍ଷେପ । ଜିଲାରେ ଏବେ ବ୍ରହ୍ମପୁର,ଛତ୍ରପୁର ଓ ଭଞ୍ଜନଗରରେ ଗଞ୍ଜାମ ଲକ୍ଷ୍ୟ ନିକେତନ କେନ୍ଦ୍ର ଖୋଲାଯାଇ ମାଗଣାରେ ୟୁପିଏସସି,ଓପିଏସସି ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରତିଭାବାନ ଛାତ୍ର/ଛାତ୍ରୀଙ୍କୁ ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ବୋଲି ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ କହିଛନ୍ତି । ଏହି ସଫଳ ମୋଡେଲକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରତି ପଚାଂୟତରେ ଖୋଲିବ ସାଧନା କେନ୍ଦ୍ର । ଏନେଇ ଜିଲା ପ୍ରଶାସନ ଏକ ପ୍ଲାନ କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି ।  ଲକ୍ଷ୍ୟ ନିକେତନ ଅଧିନରେ ଏହି ସାଧନା କେନ୍ଦ୍ର ହେବ । ପ୍ରତି ସାଧାନା କେନ୍ଦ୍ରରେ ୫୦ଟି ଛାତ୍ର/ଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ଦିଆଯିବ ତାଲିମ ।  ଯେଉଁ ପିଲାଙ୍କ ଅଧିକ ବୟସ୍କ ଯୋଗୁଁ ସ୍କୁଲ ନଯାଇ ଟ୍ରପ ଆଉଟ ହେଉଛନ୍ତି ତାଙ୍କୁ ଓପେନ ସ୍କୁଲ ଜରିଆରେ ଦଶମ କିମ୍ବା ଦ୍ୱାଦଶ ଶ୍ରେଣି ପରିକ୍ଷା ଦେଇ ସେମାନଙ୍କୁ ଗୋଟେ ସାଟିଫିକେଟ ପ୍ରଦାନ କରାଯିବ । ଏହି କେନ୍ଦ୍ରଗୁଡିକରେ ଗ୍ରାମାଚଂଳ ଯୁବପିଢିଙ୍କୁ ସ୍ପୋକେନ ଇଂରାଜୀ, ମୈାଳିକ କମ୍ପୁଟର ଶିକ୍ଷା, ବ୍ୟାଙ୍କିଙ୍ଗ ଆଦି ଆବଶ୍ୟକୀୟ ଜୀବନ କୈାଶଳ ଶିକ୍ଷା ପ୍ରଦାନ କରାଯିବ । ଆସନ୍ତା ସେପ୍ଟମ୍ବର କିମ୍ବା ଅକ୍ଟୋବରରେ ଏହି ସାଧନାକେନ୍ଦ୍ର ଖୋଳିବାର ଲକ୍ଷ୍ୟ ରଖାଯାଇଛି ବୋଲି ଜିଲାପାଳ କହିଥିଲେ । ଗ୍ରାମାଚଂଳ ଓ ଅନଗ୍ରସର ବର୍ଗର ମେଧାବୀ ଛାତ୍ର/ଛାତ୍ରୀମାନେ ଅର୍ଥାଭାବରୁ ଉଚ୍ଚିତ ଶିକ୍ଷାଦାନରୁ ବଂଚିତ ନହୋଇ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ । ଶିକ୍ଷା ଓ ଦକ୍ଷତାର ଏହି ଦ୍ୱିମୁଖୀ ବିକାଶ ମୋଡେଲ ଓଡିଶାର ଯୁବସମାଜକୁ ଆତ୍ମନିର୍ଭରଶୀଳ କରିବା ସହ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧିରେ ଏକ ନୂତନ ମାଇଲଖୁଟିଂ ସାବ୍ୟସ୍ତ ହେବ । ସାଧନା କେନ୍ଦ୍ର ଗ୍ରାମୀଣ ଯୁବସାଧନା ଓ ସଶକ୍ତକରଣର ଏକ ନୂତନ ସୂର୍ଯ୍ୟୋଦୟ ପାଲଟିବ । ବିଶେଷକରି ଗ୍ରାମାଚଂଳରେ ପ୍ରତିଭାର ଅଭାବ ନଥାଏ, ମାତ୍ର ସଠିକ ମାର୍ଗ ଦର୍ଶନ ,ଭାଷାଗତ ଦକ୍ଷତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରସାର ଅଭାବରୁ ଅନେକ ଯୁବପିଢି ପଛରେ ପଡିଯାଆନ୍ତି । ଏହି ପାର୍ଥକ୍ୟକୁ ଦୂର କରି ଗ୍ରାମାଚଂଳର ଯୁବପିଢିକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରତ୍ୟେକ ଗ୍ରାମପଚାଂୟତରେ ଜିଲାପ୍ରଶାସନ ର ସାଧନା କେନ୍ଦ୍ର ସ୍ଥାପନର ଯୋଜନା ଏକ ବିପ୍ଲବାତ୍ମକ ପଦକ୍ଷେପ । ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରତିଯୋଗିତାମୂଳକ ସଫଳତା ପରେ ଏହାର ପରିସରକୁ ବ୍ୟାପକ କରି ଗ୍ରାମାଚଂଳରେ ଘରେ ଘରେ ଶିକ୍ଷା ଓ ଦକ୍ଷତାର ଆଲୋକ ପହଚାଂଇବା ସାଧନା କେନ୍ଦ୍ରର ମୂଳ ଉଦେଶ୍ୟ । ଏହି କେନ୍ଦ୍ରଗୁଡିକ କେବଳ ଏକ ପ୍ରଶିକ୍ଷଣ ଅନୁଦାନ ହେବନି ବରଂ ଗ୍ରାମୀଣ ଯୁବଶକ୍ତିର ସ୍ୱପ୍ନକୁ ଡେଣା ଯୋଗାଉଥିବା ଏକ ପ୍ରେରଣାଶାଳା ପାଲଟିବ । ମୈାଳିକ ଦକ୍ଷତା ହାସଲ କରିବା ଦ୍ୱାରା ଯୁବପିଢିଙ୍କ ପାଇଁ ନିଯୁକ୍ତିର ଅନେକ ନୂଆ ଦ୍ୱାର ଖୋଲିଯିବ । ଏହି ଦକ୍ଷତା ଯାତ୍ରା ସମଗ୍ର ଓଡିଶାର ଯୁବସମାଜକୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟକୁ ଏକ ନୂତନ ସମୃଦ୍ଧି ଆଡକୁ ନେଇଯିବାରେ ନିଶ୍ଚିତ ଭାବେ ସହାୟକ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ