ଉପସର ମୁଣ୍ଡାକୁ ପ୍ରବଳ ବର୍ଷା: ହଦଗଡ଼ ଡ୍ୟାମର ଖୋଲିଲା ଚାରୋଟି ଗେଟ୍

ହାଟଡ଼ିହି (ଓ୍ବାଇଏନଏସ): ଗତକାଲି ରାତିରୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଦଗଡ଼ ସାଳନ୍ଦୀ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ହଦଗଡ଼ ପରିସରରେ ୬୦ ମିମି ବର୍ଷା ହୋଇ ଥିବା ବେଳେ ଡ୍ୟାମର ସୁରକ୍ଷାକୁ ଆଖିଆଗରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଗତକାଲି ସୁଧା  ଦୁଇଟି ଗେଟ ଖୋଲି ନଦୀ ମଧ୍ୟଦେଇ ଜଳ ନିଷ୍କାସନ କରିଥିବା ବେଳେ  ପୁନର୍ବାର ଆଜି ଆଉ ଗୋଟିଏ ଗେଟ ଖୋଲା ଯାଇଛି। ଆଜି ଦୁଇଟି ସୁଇସ ଗେଟ ଓ ଦୁଇଟି ରେଡ଼ିଏଲ  ଗେଟ ଖୋଲି ଜଳ ନିଷ୍କାସନ କରୁଛନ୍ତି।  ଡ୍ୟାମର ଜଳଧାରଣ କ୍ଷମତା ୫୫ ହଜାର ୬ ଶହ ୫୦ ହେକ୍ଟମିଟର ଥିବା ବେଳେ ବର୍ତମାନ  ୪୫ ହଜାର ୧୭୬ହେକ୍ଟମିଟର ଜଳ ରହିଛି | ଡ୍ୟାମର ବିପଦ ସଂକେତ ୮୨.୩୦ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୭୮. ୮୦ମିଟର ରହିଛି | ହଦଗଡ଼ ଜଳ ଭଣ୍ଡାରକୁ ୪୦୦କୁମେକ୍ ପ୍ରବେଶ କରୁଥିବା ବେଳେ ସାଳନ୍ଦୀ ନଦୀବନ୍ଧ ରୁ ୮୪ କୁମେକ୍ ଜଳ ନିଷ୍କାସନ କରାଯାଉଛି ବୋଲି ହଦଗଡ଼ ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ମାରାଣ୍ଡି ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲାର ତଳ ଅଂଚଳରେ  ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି   ନଦୀ ମଧ୍ୟ ଦେଇ ଜଳ ଛଡ଼ାଯାଉଥିବା ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ