ପୁରୁଣା ଛତ୍ରପୁର ଗ୍ରାମ୍ୟ କମିଟି ପକ୍ଷରୁ ବୃକ୍ଷରୋପଣ
ଛତ୍ରପୁର, (ଓ୍ବାଇଏନଏସ) : ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ପୁରୁଣା ଛତ୍ରପୁର ଗ୍ରାମ୍ୟ କମିଟି ପକ୍ଷରୁ ସମାଜସେବୀ ଭାଗିରଥି ବେହେରାଙ୍କ ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଶ୍ମଶାନ, ମନ୍ଦିର ଏବଂ ବିଭିନ୍ନ ସ୍ଥାନରେ ଏକ ଶହରୁ ଅଧିକ ବିଭିନ୍ନ ରକମର ଚାରା ରୋପଣ କରାଯାଇଛି । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ସମାଜସେବୀ ଶ୍ରୀ ବେହେରାଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ପୁରୁଣା ଛତ୍ରପୁର ଗ୍ରାମ୍ୟ କମିଟିର ସଭାପତି ପି.କାମରାଜୁ ରେଡ୍ଡୀ, ସଂପାଦକ ଯୋଗେନ୍ଦ୍ର ବେହେରା, ନାଏବ ସରପଂଚ ପ୍ରଶାନ୍ତ ବେହେରା, ୱାର୍ଡସଭ୍ୟ ମୋହନ ବେହେରା, ଏସ୍.ଧର୍ମା, ଏମ୍.ତ୍ରିନାଥ ରେଡ୍ଡୀ, ଏନ୍.ରାମୁ, ଜଗନ୍ନାଥ ବେହେରା ଓ ଏସ. ଗଣେଶ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ଏବଂ ଏହାର ରକ୍ଷଣାବେକ୍ଷଣ ସମ୍ବନ୍ଧରେ ମଧ୍ୟ ସମୂହ ଆଲୋଚନା କରିଥିଲେ ।


