ଆତ୍ମସୁରକ୍ଷା ତାଲିମ ଶିବିର

 ଛତ୍ରପୁର,(ଓ୍ବାଇଏନଏସ):   ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟ ର ଶକ୍ତିଶ୍ରୀ ସେଲ ପକ୍ଷରୁ ଛାତ୍ରୀମାନଙ୍କୁ ଶାରରୀକ ଓ ମାନସିକ ସ୍ତରରେ ସଶକ୍ତ କରିବା ଲକ୍ଷ୍ୟ ନେଇ ୬ ଦିନିଆ  ଆତ୍ମସୁରକ୍ଷା ତାଲିମ ଶିବିର  ଅଧ୍ୟକ୍ଷା ଡ଼ ସୁମିତା ମିଶ୍ର ଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋମତା ବେହେରା ମାଷ୍ଟର ଟ୍ରେନର ଭାବେ ଯୋଗଦେଇ  ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ପ୍ରତିରୋଧ କୈାଶଳ ତାଲିମ ଦେଇଛନ୍ତି । ଏହି ଶିବିରକୁ ନେଇ ମହାବିଦ୍ୟାଳୟ ର ଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏହି ଶିବିର ଦ୍ୱାରା ସେମାନଙ୍କର ମାନସିକ ଭୟ ଦୂର ହେଉଛି ଏବଂ ସେମାନେ ନିଜକୁ ଅଧିକ ସୁରକ୍ଷିତ ଓ ସଶକ୍ତ ମନେ କରୁଛନ୍ତି ବୋଲି ଛାତ୍ରୀମାନେ କହିଥିଲେ । ଛତ୍ରପୁର ପ୍ରେସ କ୍ଳବର ସଭାପତି ସରୋଜ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଶକ୍ତିଶ୍ରୀ ସେଲ ର ସଂଯୋଜିକା କବିତା ସାହୁ,   ଅଧ୍ୟାପିକା ଡ଼ ଯାଜ୍ଞସେନି ପାଣିଗ୍ରାହୀ,ଡ଼ ସୁଜାତା କୁମାରୀ ବେହେରା,ଅନୀତା କୁମାରୀ ସେଠି,ସୋନାଲି ପାଢ଼ୀ, ସଂଗୀତା ବେହେରା, ଦୀପ୍ତି ନନ୍ଦ, ଶୁଭଲକ୍ଷ୍ମୀ ଦାସ, ଶ୍ରାବଣୀ ସାହୁ ଇସ୍ପିତା ବେହେରା, ସୁଜାତା ପ୍ରଧାନ ଏବଂ କର୍ମଚାରୀ ଗୀତାଞ୍ଜଳି ସାମନ୍ତରାୟ ଓ ପି ନାଗମ୍ମା  ପରିଚାଳନା ରେ ସହଯୋଗ କରିଥିଲେ। ଗତ ୨୫ ତାରିଖରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖରେ ଶେଷ ହେବ ବୋଲି ମହାବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ