ଧୀରେଦ୍ର ନାଥ ରାୟ ଅଲଣା ପଞ୍ଚାୟତ କଂଗ୍ରେସ କମିଟିର ସଭାପତି ମନୋନୀତ
ନାଉଗାଁ (ପ୍ରଦୋଷ ମହାନ୍ତି): ଭାରତୀୟ ଜାତୀୟ କଂଗ୍ରେସ ଓ ସମ୍ବିଧାନ ସୁରକ୍ଷା, ଦେଶର ଅଖଣ୍ଡତା କୁ ପାଥୟ କରି ଆଗାମୀ ଦିନର ଯୁବ ପିଢ଼ିଙ୍କ ମନବଳ ଦୃଢ କରିବା ପାଇଁ ଛାମୁଆ ନେତାଙ୍କ ଅନୁମୋଦନ କ୍ରମେ ତୃଣମୂଳ ସ୍ତରରେ ଜାତୀୟ କଂଗ୍ରେସ ସଂଗଠିତ କରିବା ଉଦେଶ୍ୟରେ ଜିଲ୍ଲା, ବ୍ଲକ, ପଞ୍ଚାୟତ ବିଭିନ୍ନ ପଦ ପଦବୀ ଚୟନ କରିଛନ୍ତି | ସେଥିମଧ୍ୟରୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କଂଗ୍ରେସ କମିଟି ର ଅଲଣା ପଞ୍ଚାୟତର ଧୀରେନ୍ଦ୍ର ନାଥ ରାୟ ଙ୍କୁ ପଞ୍ଚାୟତର ସଭାପତି ଭାବରେ ଚୟନ କରାଯାଇଛି | ସେଥିପାଇଁ ଧୀରେନ୍ଦ୍ର ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ, ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ଡ଼ଃ ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ , ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ସୁବ୍ରତ କୁମାର ରାୟ ନାଉଗାଁ ବ୍ଲକ କଂଗ୍ରେସ କମିଟି ସଭାପତି ବିଚିତ୍ରା ନନ୍ଦ ଲେଙ୍କା ଙ୍କୁ କୃତଜ୍ଞତା ଜଣାଇବା ସହିତ ଜିଲ୍ଲା ଓ ବ୍ଲକ କଂଗ୍ରେସ ର ସମସ୍ତ ସଭ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇ ଛନ୍ତି |


