ଗୁରୁପୁର୍ଣିମା ଉପଲକ୍ଷେ ଵୃକ୍ଷ ରୋପଣ ଅନୁଷ୍ଠିତ
ନାଉଗାଁ, (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିଖରଘାଟ ନିକଟରେ ଥିବା ଅନନ୍ତ ବଳିଆ ସେବା ସଂଘ ତରଫରୁ ଗୁରୁପୁର୍ଣିମା ଉପଲକ୍ଷେ ଆଶ୍ରମର ସମସ୍ତ ଗୁରୁଭାଇ ଗୁରୁ ଭଉଣୀଙ୍କ ତରଫରୁ ଵୃକ୍ଷ ରୋପଣ ଆଶ୍ରମ ନିକଟରେ କରାଯାଇଛି।ନଡିଆ , ପିଜୁଳି,ଆମ୍ବ ତାଳ, ଲେମ୍ବୁ, ସପେଟା, ଡ୍ରାଗନ ଫ୍ରୁଟ ଏହିପରି ପ୍ରାୟ ୪୦ ଟି ବୃକ୍ଷ ରୋପଣ କରାଯାଇଛି।ପ୍ରତିବର୍ଷ ଏହି ଆଶ୍ରମ ତରଫରୁ ଗୁରୁପୁର୍ଣିମାରେ ବୃକ୍ଷ ରୋପଣ କରାଯାଇଥାଏ। ଏ ବର୍ଷ ମଧ୍ୟ ଅନୁରୂପ ଭାବେ କରାଯାଇଛି। ସମସ୍ତ ବୃକ୍ଷମାନେ କିପରି ବଞ୍ଚି ରହିବେ ତା ପ୍ରତି ମଧ୍ୟ ଯତ୍ନ ନିଆ ଯାଇଥାଏ ।ଆଶ୍ରମରେ ପଦ୍ମଶ୍ରୀ ବାବା ବଳିଆଙ୍କର ଗୁରୁପୂଜନ କାର୍ଯ୍ୟକ୍ରମ ପରେ ଉକ୍ତ ଆଶ୍ରମର ମାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ବାବାଙ୍କ ଆଶ୍ରିତ ଅକ୍ଷୟ ଲେଙ୍କା, ଜୁନ ଭାଇ ,କୁନା ଭାଇ,ମନୋଜ ସାର, ଜୟଚନ୍ଦ୍ର, ମହେନ୍ଦ୍ର ଭାଇ,ନରେଶ ଭାଇ ,ବିଜୟ ଭାଇ,ଲଷ୍ମୀଧର ଭାଇ, ଜାପୁ ଭାଇ, ତ୍ରିଲୋଚନ ଭାଇ, ଅଭୟ ଭାଇ, ଅକ୍ଷୟ ନାୟକ ରୀନା ଅପା, ରିତା ଅପା, ରିନା ଭାଉଜ, ପ୍ରଭାତ ନଳିନୀ ଅପା ପ୍ରଭୁତି ସହଯୋଗ କରିଥିଲେ।


