ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ ରାୟଙ୍କ ଶ୍ରାଦ୍ଧ ବାର୍ଷିକ
ନାଉଗାଁ , ୩୧/୭(ପ୍ରଦୋଷ ମହାନ୍ତି):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁନୀଲ ରାୟଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଶ୍ରୀ ଜଗନ୍ନାଥ କଥାମୃତ ଶୁକ୍ରବାର ନୂଆଗାଁ ପଞ୍ଚାୟତର ଗୋପାଳପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ପ୍ରବକ୍ତା ପଣ୍ଡିତ ଭଜରାମ ଶତପଥି ଯୋଗ ଦେଇ ଉପସ୍ଥିତ ଥିବା ସ୍ବର୍ଗତ ରାୟଙ୍କ ଅନୁଗାମୀମାନଙ୍କୁ ଶ୍ରୀ ଜଗନ୍ନାଥ କଥାମୃତ ଶୁଣାଇଥିଲେ । ଏଥିରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହିତ ସ୍ବର୍ଗତ ରାୟଙ୍କ ପୁଅ ଅନିଲ ରାୟ , ସମୀର ରାୟ , ଧରିତ୍ରୀ ରାୟ , ସ୍ମିତା ରାୟ, ଇସା ରାୟ ବୀଣାପାଣି ରାୟ, ଅମର ପ୍ରସାଦ ରାୟ , ସତ୍ୟ ସାରଥୀ ମହାନ୍ତି, ଅନନ୍ତ ଚରଣ ସେଠି ପ୍ରମୁଖ ଯୋଗ ଦେଇଥିଲେ।


