ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଅଭିଯୋଗ କମିଟିର କର୍ମଶାଳା
ଆସିକା (ୱାଇଏନ୍ଏସ୍) : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ମାର୍ଗଦର୍ଶିକା ଓ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପରାମର୍ଶକ୍ରମେ କର୍ମସ୍ଥଳରେ ଯୌନଉତ୍ପୀଡନର ନିବାରଣ ନିଷେଧ ଓ ପ୍ରତିକାର ନିମନ୍ତେ ଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ସୋମବାର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନାଙ୍କ ସଭାପତିତ୍ୱ ଓ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଲୀନା ଲିଲିୟାନ୍ଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କର୍ମଶାଳାରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକ କେ.ଓମ୍ ନାରାୟଣ ରାଓ, ଅଧ୍ୟାପିକା ଡଃ ସୁପ୍ରିୟା ଦାଶ, ଅଧ୍ୟାପିକା ପ୍ରିୟଦର୍ଶିନୀ ପ୍ରଧାନ ପ୍ରମୁଖ ଯୋଗଦେଇ କର୍ମକ୍ଷେତ୍ରରେ ମହିଳାମାନଙ୍କୁ ଯୌନ ଉତ୍ପୀଡନର ନିବାରଣ ଓ ପ୍ରତିକାର ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ଓ ୟୁଜିସି ପକ୍ଷରୁ ଜାରି କରାଯାଇଥିବା ବିଭିନ୍ନ ନୀତିନିୟମ ଉପରେ ମାର୍ଗଦର୍ଶନ କରିବା ସାଙ୍ଗକୁ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ରକ୍ଷା ପାଇଁ ୨୦୧୩ ରେ ଆଗତ ଅଧିନିୟମ ଉପରେ ଆଲୋକପାତ କରିବା ସାଙ୍ଗକୁ ଛାତ୍ରୀମାନେ ଭୟଭୀତ ନହୋଇ ନିଜର ଅସୁବିଧା ସଂପର୍କରେ ନିର୍ଭୟରେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଆବଶ୍ୟକତା ସମୟରେ ଦୃଷ୍ଟି ଆକର୍ଷଣ କରିବାକୁ ଆହ୍ୱାନ କରିବା ସହ ଛାତ୍ରୀମାନଙ୍କୁ ମାନସିକ ଓ ଆବେଗିକ ଚାପ ନିୟନ୍ତ୍ରଣ, ନିବାରଣ ଓ ନିରାକରଣ ଉପରେ ମାର୍ଗଦର୍ଶନ କରି ଶିକ୍ଷାନୁଷ୍ଠାନରେ ସୁରକ୍ଷିତ ପରିବେଶ ସୃଷ୍ଟି ସହ ବିଭିନ୍ନ ସମସ୍ୟାର ତ୍ୱରିତ୍ ସମାଧାନ ପାଇଁ ଗଠିତ୍ ଆଭ୍ୟନ୍ତରିଣ ଅଭିଯୋଗ କମିଟିର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିତିର ସଦସ୍ୟା ଅଧ୍ୟାପିକା ଡଃ ଲୀନା ଲିଲିୟାନ୍, ଅଧ୍ୟାପିକା ଡଃ ସୁପ୍ରିୟା ଦାଶ, ଡଃ ଜୟପ୍ରଦା ମହାପାତ୍ର, ଡଃ ଉର୍ମିଳା ମୁଦୁଲି, ଡଃ ଯଶଶ୍ରୀ ମଲିକ, ସତ୍ୟଭାମା ସିଂ, ଜ୍ୟୋତିର୍ମୟୀ ପାଣିଗ୍ରାହୀ, ଶୁଭଶ୍ରୀ ପାଢୀ, ଆଶାଲତା ସାହୁ, ରୋଶନୀ ଡାକୁଆ, ମୋନାଲିସା ସାହୁ, ଗୋପୀନାଥ କର, ଡଃ ପ୍ରମୋଦ କୁମାର ତିଆଡି, ଡଃ ଶ୍ରୀବାସ ପାତ୍ର, ସନାତନ ପ୍ରଧାନ, ବି.ପାଣ୍ଡବ ରେଡି, ଦୁର୍ଗାପ୍ରସାଦ ପାଣିଗ୍ରାହୀ, ବସନ୍ତ ମାଝୀ, ସୁଶିଲ୍ କୁମାର ଆଚାର୍ଯ୍ୟ, ପବିତ୍ର ନାରାୟଣ ବେହେରା, ପିଙ୍କୁ କୁମାର ସାହୁ, ସୁଶାନ୍ତ କୁମାର ବେହେରା, ରାଜେନ୍ଦ୍ର କୁମାର ସାହୁ, ଡଃ ଲୋପାମୁଦ୍ରା ମହାପାତ୍ର, ମମତା ନିଶାଙ୍କ, ସୁମିତ୍ରା ସ୍ୱାଇଁ, ପୂଜା ବିଷୋୟୀ, ଭାରତୀ ପ୍ରଧାନ, ସାହିନ୍ ନାଜାର୍, ପୂର୍ଣ୍ଣବାସୀ ବେହେରା, ଏ.ଲକ୍ଷ୍ମୀ ଦୋରା, ସାନ୍ତନୁ କୁମାର ସାମଲ, ଶୁଭଶ୍ରୀ ମିଶ୍ର, ଗିରିଜା ଆପଟ, ରଶ୍ନି ରଂଜିତା ଲେଙ୍କା, ପୁଷ୍ପା ମୁଣ୍ଡା, ବିଚିତ୍ର ମୋହନ ଦାଶଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ ଓ ଅଣଶୈକ୍ଷିକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲା ବେଳେ ଶିକ୍ଷାନୁଷ୍ଠାନ ଓ ସମାଜର ବିଭିନ୍ନ କ୍ଷେତ୍ରରେ ମହିଳା ଯୌନ ଉତ୍ପୀଡନ ନିବାରଣ ଓ ପ୍ରତିକାର ପାଇଁ ସାମୂହିକ ଶପଥପାଠ କରାଯାଇଥିଲା ।


