ଅଙ୍ଗନବାଡ଼ି କେନ୍ଦ୍ରକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

ପାତ୍ରପୁର,(ୱାଇଏନଏସ): ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଖାରିଆଗୁଡ଼ା ପଞ୍ଚାୟତର ଏସ୍‌. ନୂଆଗାଁ ଗ୍ରାମରୁ ଅଙ୍ଗନବାଡ଼ି କେନ୍ଦ୍ର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇନଥିବାରୁ କୁନିକୁନି ଶିଶୁଙ୍କ ସମେତ ସମଗ୍ର ଗ୍ରାମବାସୀ ଦୀର୍ଘଦିନ ଧରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ପୂର୍ବ ପାର୍ଶ୍ୱରେ ପ୍ରାୟ ୨୦୦ ମିଟର ଦୂରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ପହଞ୍ଚିବା ପାଇଁ ଥିବା ରାସ୍ତା ବର୍ଷା ଦିନରେ କାଦୁଅ ହୋଇ ଯାତାୟତରେ ଅସୁବିଧା ହେଉଛି। ଏହି ରାସ୍ତା ଦେଇ ଗ୍ରାମବାସୀମାନେ ପୋଖରୀକୁ ସ୍ନାନ କରିବା, ଗ୍ରାମଦେବତୀ ଠାକୁରାଣୀଙ୍କ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯିବା ସହ ବସ୍‌ ଧରିବାକୁ ମୁଖ୍ୟ ସଡ଼କରେ ପହଞ୍ଚିଥାନ୍ତି। କିନ୍ତୁ ରାସ୍ତାଟି କାଦୁଅ ଓ ପାଣିରେ ରହୁଥିବାରୁ ପ୍ରତିଦିନ ଯାତାୟାତ ଅସୁବିଧା ହେଉଛି। ତେଣୁ ଗ୍ରାମରୁ ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ପ୍ରାୟ ୫୦୦ ମିଟର ପକ୍କା ରାସ୍ତା ନିର୍ମାଣ କରାଗଲେ କେବଳ ଅଙ୍ଗନବାଡ଼ି ଶିଶୁ ନୁହେଁ, ସମଗ୍ର ଗ୍ରାମବାସୀ ଉପକୃତ ହେବେ। ଏନେଇ ଶୀଘ୍ର ପଦକ୍ଷେପ ନେବାକୁ ସରକାର ଓ ସମ୍ପୃକ୍ତ ବିଭାଗ ନିକଟରେ ଦୃଢ଼ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ