ଅସ୍ତରଙ୍ଗରେ ଝାଉଁ ଗଛ ଲଗେଇବା ନା ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ସରକାର ଢୋଲ ପିଟୁଛନ୍ତି ସବୁଜ ଓଡ଼ିଶାର। ସମୁଦ୍ର କୂଳକୁ ବାତ୍ୟାରୁ ବଞ୍ଚାଇବାକୁ କୋଟି କୋଟି ଟଙ୍କା ଖର୍ଚ ହେଉଛି। ଏହା ଶହ ଅସ୍ତରଙ୍ଗରୁ ଝାଉଁ କାଠ ଯାଏ ସ୍ୱର୍ଗଦ୍ୱାର ପାଇଁ।କିନ୍ତୁ ପୁରୀ ଜିଲ୍ଲା ବନଖଣ୍ଡ ଅଧୀନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର ଚିତ୍ର ଦେଖିଲେ ବୁଝାପଡେ ଏଠି ସବୁଜିମା ନୁହେଁ, ଚାଲିଛି ସରକାରୀ ଟଙ୍କାର ଖୋଲା ଲୁଟ୍। ୨୦୨୪-୨୫ ମସିହାରେ ଛୁରୀଆନା ପଞ୍ଚାୟତର ସହନଠାରୁ ଗଙ୍ଗାଦେବୀ ପର୍ଯ୍ୟନ୍ତ ସମୁଦ୍ର କୂଳରେ ୮୦ ହଜାର ରୁ ଅଧିକ କାଜୁଆରୀନା ଚାରା (ଝାଉଁ )ରୋପଣ ହୋଇଥିବା କାଗଜରେ ଦେଖାଯାଇଛି। କାମ୍ପା ଫଣ୍ଡରୁ କୋଟି କୋଟି ଟଙ୍କା, ମନରେଗାରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ ଦେଖାଯାଇଛି। ତାହା ସଠିକ ତଦନ୍ତ ହେଲେ ପ୍ରକୃତ ରେ କେତେ ଖର୍ଚ୍ଚ ସ୍ପଷ୍ଟ ଜଣା ପଡିବ।କିନ୍ତୁ କିଛି ମାସ ପରେ ଯେତେବେଳେ ସ୍ଥାନୀୟ ଲୋକେ ସେହି ଅଞ୍ଚଳ ବୁଲିଲେ ସତ ସାମ୍ନାକୁ ଆସିଲା। ରାସ୍ତା କଡରେ ଫଟୋ ଉଠାଇବା ସାଧାରଣ ଜନତାଙ୍କ ଆଖି ଦୃଶିୟା ପାଇଁ ୬ରୁ ୭ ଫୁଟର କିଛି ଗଛ ଠିଆ ହୋଇଛନ୍ତି। ସେହି ଗଛ କୁ ଦେଖାଇ ବିଭାଗ କହୁଛି ସବୁ ଠିକ୍ ଅଛି। କିନ୍ତୁ ଭିତର ପାର୍ଶ୍ୱରେ ଚିତ୍ର ଅଲଗା। ପାଣି ଅଭାବରୁ ହଜାର ହଜାର ଚାରା ଶୁଖି ମରିପଡିଛି। ସ୍ଥାନୀୟ ବାସିନ୍ଦା ଫିଲୁ ବେହେରାଙ୍କ ସିଧା ପ୍ରଶ୍ନ ୮୦ ହଜାର ଉର୍ଦ୍ଧ ଝାଉଁ ଗଛ ଗଲା କୁଆଡେ ।କାଗଜରେ ଯାହା ଅଛି ଜମିରେ ତାହା ନାହିଁ । ସ୍ଥାନୀୟ ବାସିନ୍ଦା ଶଶୀଭୁଷଣ ବେହେରାଙ୍କ ଅଭିଯୋଗ ଅନୁସାରେ, ଦାୟିତ୍ୱରେ ଥିବା ବନପାଳ ଓ କିଛି ଉଚ୍ଚସ୍ତରୀୟ ଅଧିକାରୀ ମିଶି ଯୋଜନା ଟଙ୍କା ଆତ୍ମସାଥ କରିଛନ୍ତି। କାମ୍ପା ଓ ମନରେଗା ଲେବର କାର୍ଡରେ ଟଙ୍କା ଉଠିଛି, କିନ୍ତୁ ଯେଉଁମାନେ ଗୋଟେ ଦିନ ବି କାମ କରିନାହାନ୍ତି ସେମାନଙ୍କ ଆକାଉଣ୍ଟକୁ ବି ଟଙ୍କା ଯାଇଛି। ପରେ ସେହି ଟଙ୍କା ବନ କର୍ମଚାରୀ ଓ କାମ ନ କରିଥିବା ଶ୍ରମିକଙ୍କ ମଧ୍ୟରେ ଭାଗ ବଣ୍ଟା ହୋଇଛି। ସୂତ୍ର ଅନୁସାରେ ଦୈନିକ ୨୫୯ ଟଙ୍କାରୁ ଉର୍ଦ୍ଧ ମଜୁରୀ ଉଠିଛି କାଗଜରେ।ବାସ୍ତବ ରେ ସ୍ୱତନ୍ତ୍ର ଟିମ୍ ଯାଞ୍ଚ କଲେ ତଥ୍ୟ ସ୍ପଷ୍ଟ ହେବ। ସ୍ଥାନୀୟ ବାସିନ୍ଦା ଶୋଭନୀ ବେହେରା କହିଛନ୍ତି , ଯେଉଁମାନଙ୍କ ଉପରେ ଜଙ୍ଗଲର ଦାୟିତ୍ୱ, ସେମାନେ ହିଁ ଯଦି ଦୁର୍ନୀତିର ମୁଖ୍ୟ ହୋଇଯାନ୍ତି, ତେବେ ଆମେ କାହାକୁ ବିଶ୍ୱାସ କରିବୁ । ଲୋକଙ୍କ ଦାବି ଏକ ତୁରନ୍ତ ଭିଜିଲାନ୍ସ ତଦନ୍ତ ହେଉ। କେତେ ଚାରା ରୋପଣ ହେଲା, କେତେ ଟଙ୍କା ଉଠିଲା, କେତେ ଗଛ ବଞ୍ଚିଲା ଏବଂ କାହା ଆକାଉଣ୍ଟକୁ ଟଙ୍କା ଗଲା ସବୁର ହିସାବ ଦିଆଯାଉ। ଏନେଇ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର କହିଛନ୍ତି, ଯେଉଁ କାଜୁଆରୀନା ପ୍ଲାନେଟସନ ହୋଇଥିଲା ଆମର କୌଣସି ଚାରା ମରି ନାହିଁ। ସେ ପ୍ୟାଚ ହେଉଛି ୱାଟର ଲଗିଙ୍ଗ ପ୍ୟାଚ। ସେଠାରେ ପାଣି ଜମୁଛି, ତେଣୁ ଗଛର ବୃଦ୍ଧି ଧୀର ଅଛି। ଆମେ ୬ ଥର କାଜୁଆଲିଟି ରିପ୍ଲେସମେଣ୍ଟ କରାଇସାରିଛୁ। ଯେଉଁଠି ଗଛ ଉଚତା କମ୍ ଅଛି ସେଠାରେ ହାରାହାରି ୬ରୁ ୭ ଫୁଟ ହେବା କଥା କିନ୍ତୁ ସେହି ଅଞ୍ଚଳରେ ଗଛ ୪ ଫୁଟ ରହିଛି। ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ପାଣି ଜମୁଛି ଜାଣିଥିଲେ ବି ସେଠାରେ ଗଛ ଲଗାଇଲେ। ଏବେ ଗଛ ମରିଗଲେ କହୁଛନ୍ତି ମରିନି। ୬ ଥର ଟଙ୍କା ଉଠାଇ ବି ଫଳ ଶୂନ। ଏହା ହେଲା ସବୁଜିମା ନାଁରେ ସରକାରୀ ଟଙ୍କା ଲୁଟ ନୂଆ ଫର୍ମୁଲା।ପ୍ରକୃତ ଉପଯୁକ୍ତ ଟିମ୍ ବାସ୍ତବତା ଓ କାଗଜ ପତ୍ର ଅର୍ଥ ଯାଞ୍ଚ କଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ। ଲୋକଙ୍କ ଶେଷ ଦାବି – ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ ହେଉ।


