ଅସ୍ତିତ୍ୱ ହରାଇ ବସିଛି ହାତୀମୁଣ୍ଡା ଜଳ ସେଚନ ପ୍ରକଳ୍ପ: ରକ୍ଷଣ ବ୍ୟକ୍ଷଣା ଅଭାବରୁ ଚିନ୍ତାରେ ଚାଷୀ

କଲ୍ୟାଣସିଂହପୁର ୪. ୮(ଏଙ୍କେଟେଶ୍ୱର ପାଢ଼ୀ )୪୦ବର୍ଷରୁ ଉର୍ଦ୍ଧ ବର୍ଷଧରି କଲ୍ୟାଣସିଂହପୁର, ଧାମୁଣିପଙ୍ଗା ନରାୟଣ ପୁର କରପା ପଞ୍ଚାୟତର ହଜାର ହଜାର ଏକର ଚାଷ ଜମିକୁ ଜଳ ସେଚନ କରୁଥିବା ହାତୀମୁଣ୍ଡା ପ୍ରକଳ୍ପ ନିଜେ ଅସ୍ତିତ୍ୱ ଖଜୁଛି! ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଅଞ୍ଚଳର ହଜାର ହଜାର ଏକର ଚାଷ ଜମିକୁ ପାଣି ଯୋଗଉଥ‌ିବା ହାତୀମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଆଜି ସରକାରୀ ଅବହେଳା ଓ ରକ୍ଷଣାବେକ୍ଷଣର ଅଭାବରୁ ନିଜର ଅସ୍ତିତ୍ବ ହରାଇବାକୁ ବସିଛି। ସରକାର ପରେ ସରକାର ବଦଳିଲା କିନ୍ତୁ ଏହି ଜଳ ସେଚନର କେନାଲ, ଶାଖା କେନାଲର ରୂପରେଖା ବଦଳିଲା ନାହିଁ। ଚାଳିଶି ବର୍ଷ ପୂର୍ବେ ଚାଷୀଙ୍କ ଜମିକୁ ପାଣି ଯୋଗାଇବା ପାଇଁ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଦିନକୁ ଦିନ କେନାଲ ପୋତି ହୋଇ ଗଲାଣି। ଏମିତିକି ଦିନେ କେନାଲ ଥିଲା ବୋଲି ଜାଣିହେବ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ବର୍ଷକୁ ବର୍ଷ କୋଟି କୋଟି ଟଙ୍କାର ମରାମତି ହେଉଛି କିନ୍ତୁ ଉକ୍ତ ଟଙ୍କା କୁଆଡେ ଯାଉଛି କୋଉଠି ଖର୍ଚ୍ଚ ହେଉଛି କେହି କହି ପାରୁ ନାହାନ୍ତି। ପାଣି ଅଞ୍ଚୟତ ନାମରେ ଆସୁଥିବା ଟଙ୍କା ଓ ଟେଣ୍ଡର ମାଧ୍ୟମରେ ହେଉଥିବା କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ଗୋଟିଏ ବର୍ଷ ମଧ୍ୟ ଯାଉନି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।ଖରିଫ ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ପ୍ରକଳ୍ପର ଦୟନୀୟ ସ୍ଥିତି ଚାଷୀଙ୍କ ଚିନ୍ତା ବଢ଼ାଇଛି । ନିୟଣ୍ଟିଆ ବର୍ଷା ସାଙ୍ଗକୁ ସମୟ ଥାଉ ଥାଉ ପ୍ରକଳ୍ପର ପୁନଃଉଦ୍ଧାର କରାନଗଲେ ଚଳିତ ବର୍ଷ ଖରିଫ ଚାଷ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ନାଗାବଳି ନଦୀ ଉପରେ ନିର୍ମିତ ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାରି ପଞ୍ଚାୟତକୁ ପୂର୍ବେ ଜଳ ସେଚନ ମାଧ୍ୟମରେ ଜଳ ଯୋଗାଣ ହେଉଥିଲା। ରକ୍ଷଣ ବ୍ୟକ୍ଷଣ ଅଭାବ ଯୋଗୁ ଧୀରେ ଧୀରେ କରପା ପଞ୍ଚାୟତକୁ ସମ୍ପୂର୍ଣ ବନ୍ଦ ହୋଇ ଯାଇଛି।ନାରାୟଣ ପୁର ପଞ୍ଚୟତର କିଛି ଅଞ୍ଚଳକୁ ପାଣି ମାଡୁଥିବା ବେଳେ ବର୍ତମାନ ଅଧିକ ଭାଗକୁ ପାଣି ମାଡୁ ନଥିବାରୁ ଜମିରେ ନୀଳଗିରି ଗଛ ଲଗାଇ ଚାଷ କରୁଥିବା ପ୍ରକାଶ କରିଛନ୍ତି।କିନ୍ତୁ ଦୀର୍ଘବର୍ଷ ଧରି ପ୍ରକଳ୍ପର ରକ୍ଷଣାବେକ୍ଷଣ ହୋଇନଥିବାରୁ ଏହା ବର୍ତ୍ତମାନ ଅକାମୀ ହେବାକୁ ବସିଛି। କେନାଲ ଓ ଆଉଟଲେଟରେ ବହୁ ପରିମାଣରେ ପଙ୍କ ଜମି ରହିଥିବାରୁ ଜଳଧାରଣ କ୍ଷମତା ଦିନକୁ ଦିନ କମିବାରେ ଲାଗିଛି । ଅନ୍ୟପଟେ ମୁଖ୍ୟ ଓ ଶାଖା କେନାଲଗୁଡ଼ିକ ଅନାବନା ଲଟା ବୁଦାରେ ଭରିଯାଇଥିବା ବେଳେ ବହୁ ସ୍ଥାନରେ କେନାଲ ହୁଡ଼ା ଭାଙ୍ଗି ଯାଇଛି। ଫଳରେ ଜଳ ଚାଷ ଜମିକୁ ପହଞ୍ଚୁବା ପରିବର୍ତ୍ତେ ଅନ୍ୟ ସ୍ଥାନକୁ ବହି ଯାଉଛି । ସ୍ଥାନୀୟ ଚାଷୀମାନଙ୍କ କହିବା ଅନୁସାରେ, ପ୍ରତିବର୍ଷ ବର୍ଷା ଆରମ୍ଭ ପୂର୍ବରୁ ପ୍ରକଳ୍ପରୁ ପଙ୍କ ଉଦ୍ଧାର, କେନାଲ ସଫେଇ ଓ ଭାଙ୍ଗିଥିବା ସ୍ଥାନର ମରାମତି କରାଯିବା କଥା । କିନ୍ତୁ ବର୍ଷ ବର୍ଷ ଧରି ଏଭଳି କୌଣସି କାର୍ଯ୍ୟ ହୋଇନ ଥିବାରୁ ପ୍ରକଳ୍ପଟି ଧୀରେ ଧୀରେ ଅକାମୀ ହୋଇପଡ଼ିଛି। ଏହାର ସିଧାସଳଖ ପ୍ରଭାବ ଚାଷ ଓ ଚାଷୀଙ୍କ ଉପରେ ପଡ଼ୁଛି । ବର୍ଷା କମ୍ ହେଲେ ଜଳ ସେଚନର ଅଭାବରୁ ଧାନ ଚାଷ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବା ସହ ଚାଷୀମାନେ  କ୍ଷତିର ସମ୍ମୁଖୀନ ହେବେ। ଏହି ପ୍ରକଳ୍ପ ଉପରେ ହଜାର ହଜାର ପରିବାରର ଜୀବନ ଜୀବିକା ନିର୍ଭର କରୁଛି । ତେଣୁ ବର୍ଷା ଋତୁ ଅସି ଯାଇଛି ଯୁଦ୍ଧକାଳୀନ ଭିତରେ ପଙ୍କ ଉଦ୍ଧାର, ଶାଖା କେନାଲ ସଫେଇ, ଭାଙ୍ଗିଥିବା କେନାଲ ହୁଡ଼ାର ମରାମତି ଏବଂ ସମଗ୍ର ପ୍ରକଳ୍ପର ପୁନରୁଦ୍ଧାର କାମ ଆରମ୍ଭକରାଯିବା ଆବଶ୍ୟକ ରହିଛି।ନଚେତ ଚଳିତ ଖରିଫ ଋତୁରେ ଚାଷୀମାନେ ଜଳସେଚନ ସୁବିଧାରୁ ବଞ୍ଚିତ ରହିବେ। ଏଭକି ନାଗାବଳି ନଦୀର ପାଣିକୁ ଜେକେ ପେପର ମିଲ ଅତ୍ୟାଧିକ ଶୋଷି ନେଉଥିବାରୁ ଚାଷ ଜମିକୁ ପାଣି ନିୟଣ୍ଟ ପଡୁଥିବା ଅଭିଯୋଗ କରିଛନ୍ତି ଚାଷୀ ମାନେ।କ୍ଷଦ୍ର ଜଳ ସେଚନ ବିଭାଗ ଓ ଜେକେ ଶିଳ୍ପ ସଂସ୍ଥା ମିଳିତରେ ଚାଷୀଙ୍କୁ ହଇରାଣ କରୁଥିବାରୁ ଆଗାମୀ ଦିନରେ ଏକ ବଡ଼ ଆନ୍ଦୋଳନର ଦାନା ବନ୍ଧୁଥିବା ଜଣା ପଡିଛି।ଏଣୁ ଜିଲ୍ଲା ପ୍ରଶାସନ ଯୁଦ୍ଧ କାଳୀନ ଭିତରେ  ଦୃଷ୍ଟି ଦେଈ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ