ସ୍ୱାଧୀନତା ଦିବସ ପାଇଁ ଜାତୀୟ ପତାକାର ବହୁଳ ବିକ୍ରୀବଟା

ଆସିକା (ୱାଇଏନ୍‍ଏସ୍‍) : ସାଧାରଣତଃ ଜାତୀୟ ପତାକା ଦେଖିବା ମାତ୍ରେ ମନରେ ଆପେଆପେ ସମ୍ମାନ ମନୋଭାବ ଆସିବା ସହ ଜାତୀୟତାବୋଧ ଅନୁଭୁତ ହୋଇଥାଏ। ଆସନ୍ତା ଶନିବାର ଦିନ ସାରାଦେଶରେ ସ୍ୱାଧୀନତା ଦିବସ ପାଳିତ ହେବାକୁ ଥିବା ବେଳେ ଆସିକା ଅଞ୍ଚଳରେ ଦେଶାତ୍ମବୋଧ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବିଭିନ୍ନ କିସମର ଜାତୀୟ ପତାକା ବିକ୍ରୀ ହୋଇଥିଲା ବେଳେ ଏହି ତ୍ରିରଙ୍ଗା ପତାକାର ବହୁଳ ବିକ୍ରୀବଟା ଚାଲିଥିବା ଦେଖିବାକୁ ମିଳିଛି। ଏହା ସାଙ୍ଗକୁ ତିନିରଙ୍ଗ ବିଶିଷ୍ଟ ଟୋପି, ପିନ୍ ଲକେଟ୍‌, ରିଷ୍ଟ ବେଣ୍ଡ ମଧ୍ୟ ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି। ତିନିଟଙ୍କାରୁ ଆରମ୍ଭ କରି ୩ଶହ ଟଙ୍କା ପର୍ଯ୍ୟନ୍ତ ମୁଲ୍ୟର ଜାତୀୟ ପତାକା ବଜାରରେ ବିକ୍ରୀ ହେଉଥିବା ବେଳେ କେତେକ ଅନୁଷ୍ଟାନକୁ ତିନିରଙ୍ଗର ବେଲୁନରେ ସଜାଇବା ଲାଗି ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତବର୍ଷ ମହା ଆଡମ୍ବରରେ ୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି। ଚଳିତବର୍ଷ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ମହାଆଡମ୍ବରରେ ସ୍ୱାଧୀନତା ଦିବସ ପାଳନ ହେବ ଓ ସମସ୍ତ ଅନୁଷ୍ଟାନରେ ଜାତୀୟ ପତାକା ଉଡିବ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ