ଦିବଂଗତ କେ ଭାସ୍କର ପାତ୍ରଙ୍କ ୭୭ ତମ ଜନ୍ମ ବାର୍ଷିକୀରେ ରକ୍ତଦାନ ଶିବିର
କୋଦଳା,(ବାପୁନି କୁମାର ମାଲୁ): ଅଙ୍ଗାର ଗାଁ ସ୍ଥିତ ମା କାଜୁ ଇଣ୍ଡଷ୍ଟ୍ରି ପରିସରରେ ସ୍ୱାଧୀନତା ଦିବସ ଅବସରରେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଦିବଂଗତ କେ. ଭାସ୍କର ପାତ୍ରଙ୍କ ୭୭ ତମ ଜନ୍ମ ବାର୍ଷିକୀ ସ୍ମୃତିରେ ଆୟୋଜିତ ରକ୍ତଦାନ ଶିବିରରେ ୭୦ ଜଣ ରକ୍ତଦାନ କରିଛନ୍ତି। ମା କାଜୁ ଇଣ୍ଡଷ୍ଟ୍ରି, ପଦ୍ମାବତୀ କାଜୁ ଇଣ୍ଡଷ୍ଟ୍ରି, ଜୀବନ ଧାରା ଓ ଆମ ଓଡିଶା ପକ୍ଷରୁ ଆୟୋଜିତ ଶିବିରକୁ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ ଉଦଘାଟନ କରିଥିବା ବେଳେ ସ୍ବର୍ଗତ ପାତ୍ରଙ୍କ ଧର୍ମପତ୍ନୀ କେ ପ୍ରମିଳା ପାତ୍ର, ବଡ଼ ପୁଅ କେ ପ୍ରଦୀପ କୁମାର ପାତ୍ର, ବୋହୁ କେ ନିରୁପମା ପାତ୍ର, ସାନ ପୁଅ କେ ପ୍ରଶାନ୍ତ କୁମାର ପାତ୍ର, ନାତି କେ ଅନିଲ କୁମାର ପାତ୍ରଙ୍କ ସମେତ ବିଭିନ୍ନ ଜନ ପ୍ରତିନିଧି, ଜୀବନ ଧାରା ପରିବାରର ସଦସ୍ୟଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ବ୍ରହ୍ମପୁର ଏମ କେ ସି ଜି ରକ୍ତ ଭଣ୍ଡାର ପକ୍ଷରୁ ଡା. ବି ଏଲ ରେଡି, ରିଙ୍କୁ ସାହୁ, ପି କେ ସୁବୁଦ୍ଧି, ଦେବାଶିଷ ପଣ୍ଡା, ଗୋପାଳ କୃଷ୍ଣ ସାହୁ, ଡି ବି କାର୍କେ, ବସନ୍ତ କୁମାର ବେହେରା, ସାଇ ଜଗନ ସାହୁ, ଶୁଭଜିତ ନନ୍ଦ, ସୁଦୀପ୍ତ ରାଉଳ, ଶୁକଲାଲ ପାଲେୟ।, ଅମିତ ଗୌଡ଼,ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।


