ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ପତାକା ଉତ୍ତୋଳନ କରିଥିବା ବେଳେ ବିଡ଼ିଓ ସୀତାକାନ୍ତ ରାଉତ, ଏବିଡିଓ ମାନସ କୁମାର ଜେନା, ସମିତି ସଭ୍ୟ ପରମେଶ୍ୱର ବାରିକ, ଉଦ୍ଧବ ଚରଣ ସେଠୀ, ମହତାବ ମଣ୍ଡଳ ସଭାପତି ଅମୁଲ୍ୟ ରତ୍ନ ନନ୍ଦ, ଧରଣୀଧର କର, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, ଜିପିଡିଓ ସୂଚୀସ୍ମିତା ବାରିକ, ସିଡିପିଓ ଆଲଦି ମାରାଣ୍ଡି, ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନାଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ l ତହସିଲରେ ତହସିଲଦାର ସାରା ହେମ୍ବ୍ରମ, ବନ୍ତ ଥାନାରେ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ଜଳ ସେଚନ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଦୀପ୍ତି ରଞ୍ଜନ ରାଉତ, ବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାସ୍ଵତୀ ଜେନା, ବନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଅରୁନ୍ଧତୀ ସେନାପତି, ପଧାନପଡ଼ା ପଞ୍ଚାୟତ ଛକସ୍ଥିତ ରେସ୍ମା ମାର୍କେଟ କମ୍ପ୍ଲେକ୍ସରେ ପୂର୍ବତନ ସରପଞ୍ଚ ଅଜୟ କୁମାର ବେହେରା, ପଳାଶ ଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ଼ ପତାକା ଉତ୍ତୋଳନ କରିଥିଲେ l ବନ୍ତସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ କଂଗ୍ରେସ ସଭାପତି ପଞ୍ଚାନନ ମଣ୍ଡଳ ପତାକା ଉତ୍ତୋଳନ କରିଥିବା ବେଳେ ବରିଷ୍ଠ ନେତା ନିରଞ୍ଜନ ମଲ୍ଲିକ, ପୂର୍ବତନ ସରପଞ୍ଚ ମୁସ୍ତାକ ଅଲ୍ଲୀ ଖାଁ, ପ୍ରଫୁଲ୍ଲ ରାଉତ, ଯୁବନେତା ସାଦ ସିଦ୍ଧିକ,ସନ୍ଦୀପ କୁମାର ଜେନାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ l ଟିଲୋ ପଞ୍ଚାୟତରେ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ବାରିକ, ପଧାନପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପ୍ରତିଷ୍ଠାତା ସେକ ଜଲାଲୁଦ୍ଦିନ, ନିଳୋକ ପଞ୍ଚାୟତ କାର୍ଯ୍ୟାଳୟ ଓ ସାଧନା ବିଦ୍ୟା ମନ୍ଦିରରେ ସରପଞ୍ଚ ରଜନୀ ସେଠୀ, ନିଳୋକ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ, ହରିହର ନୋଡାଲ ଉପ୍ରା ବିଦ୍ୟାଳୟରେ ଏସଏମସି ଅଧ୍ୟକ୍ଷା ସବିତା ରାଉତ, ବାବାଜି ଚରଣ ସଂସ୍କୁତ ବିଦ୍ୟାଳୟରେ ଅବସରପ୍ରାପ୍ତ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି ପତାକା ଉତ୍ତୋଳନ କରିଥିଲେ l ପଧାନପଡ଼ା ସେବା ସମବାୟ ସମିତିରେ ସେକ କଦମ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ପାଦକ ନାରାୟଣ ଚନ୍ଦ୍ର ସାହୁଙ୍କ ସମେତ ପରିଚାଳନା ପରିଷଦର ସମସ୍ତ ସଦସ୍ୟ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ସେହିଭଳି ବନ୍ତ କଲେଜ, ମହତାବ ମଇ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, କଳିଙ୍ଗ ବିକାଶ କମ୍ପୁଟର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପୋଷ୍ଟ ଅଫିସ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ