ଟିଲୋ ପଞ୍ଚାୟତ ପକ୍ଷରୁ କୃତୀ ଛାତ୍ରଛାତ୍ରୀ, ପ୍ରତିଭାଧର ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା
ବନ୍ତ(ଚାନ୍ଦିନୀ ମହାନ୍ତି): ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ପକ୍ଷରୁ କୃତୀ ଛାତ୍ରଛାତ୍ରୀ ଓ ପ୍ରତିଭାଧର ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସଂଗ୍ରାମ କେଶରୀ ଜେନା ପତାକା ଉତ୍ତୋଳନ କରିଥିଲେ l ପରେ ସରପଞ୍ଚ ଶ୍ରୀ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ବାରିକ, ମୁଖ୍ୟ ବକ୍ତା ଭାବେ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ମନ ମୋହନ ସାହୁ ଯୋଗ ଦେଇ ପିଲାମାନେ ଦେଶ ଓ ଜାତିର ଭବିଷ୍ୟତ ବୋଲି କହିଥିଲେ l ବର୍ତ୍ତମାନ ସମାଜରେ ଯେଭଳି ନିଶା ସହ ମୋବାଇଲର ଅପବ୍ୟବହାର ଏବଂ ସାଇବର ଅପରାଧ ହେଉଛି ସେଥିପ୍ରତି ଯୁବ ପିଢ଼ି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ l ବିଧାୟକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ବାଇଁ, ବିଦ୍ୟାଧର ଲେଙ୍କା, ରମାକାନ୍ତ ପାଣିଗ୍ରାହୀ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗଦାଧର ସାହୁ, ବସନ୍ତ କର, କୃଷ୍ଣ ଚନ୍ଦ୍ର ବିଶ୍ୱାଳ, ଦୋଳଗୋବିନ୍ଦ ସାହୁ, ରମେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ପଞ୍ଚାୟତ ଅଧିନ ୧୦ ବିଦ୍ୟାଳୟର ୧୮ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଡ଼. ମନ୍ମଥ କୁମାର ରାଉଳ, ଗୋଲାପରାଣୀ ରାଉତ, ପ୍ରଶାନ୍ତ କୁମାର ବେହେରା, ଗଣେଶ ନାୟକ, ଇଂ. ପ୍ରଶାନ୍ତ ସାହୁ, ଇଂ. ଗୌତମ ସ୍ବାଇଁ, ସୁବାଷ ସ୍ବାଇଁ, ଶିକ୍ଷକ ପ୍ରମୋଦ କୁମାର ନାୟକ, ମୀନ କେତନ ସ୍ବାଇଁ, ଅବିନାଶ ସ୍ବାଇଁଙ୍କ ପିତାମାତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଦତ୍ତ ଏହି ମାନପତ୍ର ଓ ପୁରସ୍କାରକୁ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଏଥିସହ ଅବସରପ୍ରାପ୍ତ ଶିକ୍ଷକ ଲାଲ ମୋହନ ଜେନା, ଅବସରପ୍ରାପ୍ତ ସେନାଧିକାରୀ ନିରଞ୍ଜନ ସାମଲ, ଅବସରପ୍ରାପ୍ତ କାରାଧିକାରୀ କିଶୋର ଜେନା, ବରିଷ୍ଠ ନାଗରିକ ଦେବେନ୍ଦ୍ରନାଥ ସାହୁ, ଆଦିକନ୍ଦ ବରାଳଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମରେ ଏଡିଇଓ ଅନୁସୂୟା ରାଉତ, ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ଦେ, ଶିକ୍ଷକ ସୁକାନ୍ତ କୁମାର ବେହେରା, ସନ୍ତୋଷ କୁମାର ଜେନା, କର୍ମଚାରୀ ଉଦ୍ଧବ ଚରଣ ବାରିକ, ୱାର୍ଡ ସଭ୍ୟ ସୁଧାକର କଅଁର, ଅଜିତ ପଢିଆରି, ପୂର୍ଣ୍ଣ ଚନ୍ଦ୍ର ବାରିକ, ପ୍ରତାପ ଜେନା, ରଞ୍ଜୟ କୁମାର ଦାସ, ୱାର୍ଡ ସଭ୍ୟା ଯମୁନା ସାହୁ, ସୁବାସିନୀ ସେଠୀଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ପଞ୍ଚାୟତର ଅଧିବାସୀ ଉପସ୍ଥିତ ଥିଲେ l


