ଜିଲ୍ଲାବ୍ୟାପୀ ‘ଗୁଣ୍ଡା ପରେଡ୍’ ଅଭିଯାନ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାରେ ଶାନ୍ତି, ସୁରକ୍ଷା ଓ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ଜିଲ୍ଲାବ୍ୟାପୀ ‘ଗୁଣ୍ଡା ପରେଡ୍’ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳର ଚିହ୍ନଟ ଅପରାଧୀ ଓ ଅଭ୍ୟାସଗତ ଅପରାଧୀଙ୍କୁ ଥାନାକୁ ଡକାଇ ଅପରାଧିକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ କଡ଼ା ଚେତାବନୀ ଦିଆଯାଉଛି। ଅପରାଧ ଘଟିବା ପୂର୍ବରୁ ରୋକିବା ଲକ୍ଷ୍ୟରେ ପ୍ରତିଷେଧକ ପୋଲିସିଂକୁ ଗୁରୁତ୍ୱ ଦିଆଯାଉଛି। ଆଇନ ଭଙ୍ଗକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ପୋଲିସ ପକ୍ଷରୁ କୁହାଯାଇଛି।


